ବାଲେଶ୍ୱର: ବାଇକ୍‌-ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର

ନୀଳଗିରି: ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ବଜାର ଠାରେ ଗୋଟାଏ ଟ୍ରକ୍‌ ସହ ଗୋଟାଏ ମୋଟରସାଇକେଲ୍‌ର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଯୁବକ ସାଂଘାତିକ ଆହତ ହୋଇଛନ୍ତି।

୨୨ ବର୍ଷିୟ ଆହତ ଯୁବକ ହେଉଛନ୍ତି ଶ୍ୟାମସୁନ୍ଦରପୁର ଗ୍ରାମର ବିକାଶ ନାୟକଙ୍କ ପୁତ୍ର ସତ୍ୟପ୍ରିୟ।

ବିକାଶଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନା ଏବଂ ସେଠାରୁ ବାଲେଶ୍ୱରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକକୁ ଜବତ କରିବା ସହ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର