ସାନଭାଇର କାଠଫାଳିଆ ମାଡ଼ରେ ବଡ଼ ଭାଇ ମୃତ, ଅଭିଯୁକ୍ତ ସାନଭାଇକୁ ଗିରଫ

ଭୋଗରାଇ : ଆଜି ପବିତ୍ର ମହାଷ୍ଟମୀ ପାଇଁ ସବୁଠି ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ଭୋଗରାଇ ବ୍ଳକ କାନ୍ଥିଭଉଁରୀ ପଞ୍ଚାୟତ ବିଚିତ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇର କାଠଫାଳିଆ ମାଡ଼ରେ ବଡ଼ଭ‌ାଇର ମୃତ୍ୟୁ ହେବା ଘଟିଛି। ପୁଲିସ ଶବ ଜବତ କରି ଅଭିଯୁକ୍ତ ସାନଭାଇକୁ ଗିରଫ କରିଛି।

ପ୍ରକାଶ ଯେ, ଏହି ଗ୍ରାମର ଚୈତନ୍ୟ ଦଳେଇଙ୍କ ୬ ପୁଅଙ୍କ ମଧ୍ୟରେ ଜମିଜମାକୁ ନେଇ ପାରିବାରିକ କଳହ ଲାଗି ରହିଥିଲା। ଆଜି ଦ୍ବିପହରରେ ଜାଳେଣୀ କାଠ କିଣାହେବ ବୋଲି ଟଙ୍କା ଭାଗ ପଡ଼ିଥିଲା। ଏହି ଟଙ୍କାକୁ କେନ୍ଦ୍ର କରି ମଝିଆ ଭାଇ ଶମ୍ଭୁ ଦଳେଇ(୩୫) ଏବଂ ସାନ ଭାଇ ପଞ୍ଚୁ ଦଳେଇ(୩୨)ଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପଞ୍ଚୁ ଉତ୍ୟକ୍ତ ହୋଇ ଏକ ଝାଉଁ କାଠଫାଳିଆରେ ଶମ୍ଭୁଙ୍କୁ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ଶମ୍ଭୁଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶମ୍ଭୁଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର