ନୀଳଗିରି: ସବୁଜବାହିନୀ କର୍ମଚାରୀଙ୍କୁ ଭୁସିଲା ଗୟଳ

ନୀଳଗିରି: ଶନିବାର ସକାଳେ ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟରେ ଜଣେ ସବୁଜବାହିନୀ କର୍ମଚାରୀଙ୍କୁ ଗୋଟାଏ ଗୟଳ ଭୁସି ଆହତ କରିଛି।

ସବୁଜବାହିନୀର ଆହତ କର୍ମଚାରୀ ହେଉଛନ୍ତି ଔପଦା ବ୍ଲକ୍‌ ଅଞ୍ଚଳର ବଡ଼ପୋଖରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାରିପୋଖରୀ ଗାଁର ୫୦ ବର୍ଷିୟ ପୂର୍ଣ୍ଣଚନ୍ଦ୍ର ରାଉତ।

କୁଳଡିହା ସବ୍‌ଷ୍ଟେସନ୍‌ର ଫରେଷ୍ଟର୍‌ କିଶୋର ଭୂୟାଁଙ୍କ ନେତୃତ୍ୱରେ ଆଜି ସକାଳ ୭ଟା ବେଳେ ବନରକ୍ଷୀ ଓ ସବୁଜବାହିନୀର କର୍ମଚାରୀମାନେ ଡିୟୁଟି କରୁଥିବା ବେଳେ ଅଦୂରରେ ଥିବା ଗୟଳପଲରୁ ଗୋଟାଏ ଗୟଳ ସେମାନଙ୍କ ଆଡ଼କୁ ଝପଟି ଆସିଥିଲା। ଆତ୍ମରକ୍ଷା ପାଇଁ ବନବିଭାଗ ଲୋକେ ଧାଇଁ ପଳାଇଯାଉଥିବା ବେଳେ ପୂର୍ଣ୍ଣଚନ୍ଦ୍ର ତଳେ ପଡ଼ିଯାଇଥିଲେ।

ଉତ୍‌କ୍ଷିପ୍ତ ଗୟଳଟି ପୂର୍ଣ୍ଣଚନ୍ଦ୍ରଙ୍କୁ ଗଡ଼ାଇତଡ଼ାଇ ଭୁସିଥିଲା। ଗୟଳର ଶିଙ୍ଗ ଓ ଖୁରା ମାଡ଼ରେ ପୂର୍ଣ୍ଣଚନ୍ଦ୍ରଙ୍କର ପେଟ, କାନ ଆଦି ଅଙ୍ଗପ୍ରତ୍ୟଙ୍ଗରେ କ୍ଷତ ହୋଇଛି।

ଚିକିତ୍ସା ନିମନ୍ତେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନିଆଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ସେଠାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

ସମ୍ବନ୍ଧିତ ଖବର