ବାଲେଶ୍ଚାବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନ ପିଏକ୍ସଇ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ପିଏକ୍ସଇ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି। ପିଏକ୍ସଇର ନିର୍ଦେଶକ ତଥା ବୈଜ୍ଞାନିକ ଡି କେ ଯୋଶୀ ଶିବିରକୁ ଉଦ୍ଘାଟନ କରି ପ୍ରଥମେ ରକ୍ତଦାନ କରିଥିଲେ। ଶ୍ରୀ ଯୋଶୀ ରକ୍ତଦାନ ଯୋଗୁ ରକ୍ତଦାତା ସୁସ୍ଥ ଓ ନିରୋଗ ଜୀବନ ଜୀଇଁଥାଏ। ଏହା ସହିତ ସେହି ରକ୍ତ ଦରକାର ସମୟରେ ବହୁମୂଲ୍ୟ ଜୀବନ ରକ୍ଷା କରିବାରେ ସମ୍ଭବପର ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ପିଏକ୍ସଇର ନିର୍ଦ୍ଦେଶକ ନିତ୍ୟାନନ୍ଦ ନାୟକ, କର୍ଣ୍ଣେଲ ଆର୍ ସେନଗୁପ୍ତା, ଲେପ୍ଟନେଣ୍ଟ କର୍ଣ୍ଣେଲ ଗୋପାଲ ସୋନି, କ୍ୟାପ୍ଟେନ ଡା. ପ୍ରତୀତ ସୁନ୍ଦର ରାୟ, ବାଲେଶ୍ବର ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, ଟେକ୍ନିକାଲ ଅଫିସର ସୁଦୀପ କୁମାର ରାଉତ, ଷ୍ଟାଫ୍ ଅଫିସର ସୁଶାନ୍ତ ଜେନା ଓ ଆର ଏସ ମହାପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଶିବିରରୁ ୧୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଡା. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ଦେବାଶିଷ ଦତ୍ତ, ସୁଚିସ୍ମିତା ଦାସ, ବିଜୟ କୁମାର ପଟ୍ଟନାୟକ, ହେମଲତା ସେଠୀ ଓ ସନ୍ତୋଷ କୁମାର ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଗିରିଜା ପାଣିଗ୍ରାହୀ, ଆଲୋକ ମହାନ୍ତି, ଜିତେନ୍ଦ୍ର କୁମାର, ଚନ୍ଦନ ଗିରୀ, ଆଦିତ୍ୟ କୁମାର, ଅଭ୍ୟୁଦୟ ଦାସ, ଅଶୋକ ଗନ୍ତାୟତ, ଅଜୟ ଭଟ୍ଟ, ବିଶ୍ବ ବିଜୟ ବେହେରା ଶିବିରକୁ ପରିଚାଳନା କରିଥିଲେ। ହରିଶ ଚନ୍ଦ୍ର ବେହେରା, ରବିନାରାୟଣ ମିଶ୍ର, ରବିନାରାୟଣ ସାହୁ, ‘ସମ୍ବାଦ’ ଚାନ୍ଦିପୁର ପ୍ରତିନିଧି ବିବେକାନନ୍ଦ ଦାସ, ଉତ୍ତର ଓଡିଶା ସଂସ୍କରଣ ଆମ ଓଡ଼ିଶାର ସହଯୋଗୀ ଲଷ୍ମୀଧର ବାରିକଙ୍କ ସମେତ ଗ୍ରୁପ ଏମ୍ପ୍ଲଇସ ୟୁନିଅନ ଓ ୱାର୍କସ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ଏହି ଶିବିରରେ ସିଭିଲିଆନ ଓ ପ୍ରତିରକ୍ଷା କର୍ମଚାରୀ ମାନେ ରକ୍ତଦାନ କରିଥିଲେ।