ୟୁକୋ ବ୍ୟାଙ୍କର ୭୬ ତମ ପ୍ରତିଷ୍ଠା ଦିବସ

ଗ୍ରାହକ ସମ୍ପର୍କ ସମ୍ମିଳନୀ, ପଦଯାତ୍ରା ଓ ରକ୍ତଦାନ ଶିବିର

0

ବାଲେଶ୍ବର,୬/୧(ଇମିସ): ଆଜି ୟୁକୋ ବ୍ୟାଙ୍କର ୭୬ ତମ ପ୍ରତିଷ୍ଠା ଦିବସ ଏହାର ବାଲେଶ୍ବର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସକାଳେ ବାଲେଶ୍ବର ସହରର ପୁଲିସ ଲାଇନ ସ୍ଥିତ ଆଞ୍ଚଳିକ ଶାଖାରୁ ଏକ ପଦଯାତ୍ରା ବାହାରିଥିଲେ। ଏହି ପଦଯାତ୍ରା ଷ୍ଟେସନଛକ, ଫକୀରମୋହନ ଗୋଲେଇ, ଫାଣ୍ଡିଛକ ଦେଇ ପାଣିଟାଙ୍କି ସ୍ଥିତ ମୁଖ୍ୟ ଶାଖାରେ ପହଞ୍ଚିଥିଲା। ଏଥିରେ ବ୍ୟାଙ୍କର ପ୍ରମୁଖ ଅଧିକାରୀଗଣ, କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଓ ଗ୍ରାହକମାନେ ସାମିଲ ହୋଇଥିଲେ। ଏହାପରେ ବ୍ୟାଙ୍କ ଭିତରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଡାକ୍ତର ବିଷ୍ଣୁ ଚରଣ ସାମନ୍ତ ଯୋଗଦେଇ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀଙ୍କର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିସହ ୟୁକୋ ବ୍ୟାଙ୍କ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ସହଯୋଗ‌େର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଶିବିରରେ ମୁଖ୍ୟଅତିଥି ଭାବେ ୟୁକୋ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଡିଜିଏମ୍‌ ତଥା ଆଞ୍ଚଳିକ ମୁଖ୍ୟ ଏଚ୍‌କେ ଆରୋରା ଯୋଗଦେଇ ଉଦ୍‌ଘାଯନ କରିବା ସହିତ ପ୍ରଥମେ ରକ୍ତଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରକ୍ତଭଣ୍ଡାରର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, ବ୍ୟାଙ୍କର ଡେପୁଟି ଜୋନାଲ ମୁଖ୍ୟ ଗୋବିନ୍ଦ ରାଜଖୁଆ, ମୁଖ୍ୟ ଶାଖା ପ୍ରବନ୍ଧକ ଏନ୍‌ ସି ପଣ୍ଡା, ଚିଫ୍‌ ମ୍ୟାନେଜର ମହମ୍ମଦ ଅନୱରୁଦ୍ଦିନ, ତାରିଣୀ ରଂଜନ ମିଶ୍ର, ଗଣେଶ୍ବରପୁର ଶାଖାର ବରିଷ୍ଠ ପ୍ରବନ୍ଧକ ବିଶେଶ୍ବର ମାରାଣ୍ଡି, ବିର୍ଲା ଶାଖା ଗୟାନିଧି ମିଶ୍ର, ଆଜିମାବାଦ ଶାଖା ପ୍ରବନ୍ଧକ ପ୍ରତାପ ଲେଙ୍କା, ନୂଆପାଢ଼ୀ ଶାଖା ପ୍ରବନ୍ଧକ ମୀରା ଚୌଧୁରୀ, ଶେରଗଡ଼ ଶାଖା ପ୍ରବନ୍ଧକ ସମୀର ପାଣିଗ୍ରାହୀ ଓ କ୍ଷୀରୋଦ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ରକ୍ତଦାନ ଶିବିରରେ ସସ୍ମିତା ପଟ୍ଟନାୟକ, ଭୃଗରାଜ ସିଂହ, ପ୍ରଭାକର ବେହେରା, ପାର୍ଥସାରଥି ଦାସ, କ୍ଷୀରୋଦ କୁମାର ବିଶ୍ବାଳ, ଶୁଭେନ୍ଦୁ ସାହୁ, ସିତଅଂଶୁ ଶେଖର ସାମଲ, ପ୍ରଫୁଲ୍ଲ କୁମାର ସାହୁ, ପ୍ରକାଶ ଚନ୍ଦ୍ର ନାୟକ, ଧର୍ମେନ୍ଦ୍ର କୁମାର ଦାସ, ରାଜୁ ରଂଜନ, ଭାନୁ ଶଙ୍କର ମହାନ୍ତ, ଗୀତାଞ୍ଜଳି ସାମଲ, ବିଶ୍ୱମୋହନ ପାଣି, ଶର୍ମିଷ୍ଠା ଦାସ,ବିନାୟକ ରଥ,ନିର୍ମଳ ଚନ୍ଦ୍ର ପଣ୍ଡା, ବିଭୁତି ଭୂଷଣ ଦାସ,ପ୍ରଦୀପ ଅଗ୍ରୱାଲ, ଶଶୀ ଅଗ୍ରୱାଲ, ରଂଜିତ କୁମାର ସିଅଳ, ମିଥୁନ କୁମାର ପ୍ରଧାନ, ସୁରଜିତ କର୍ମକାର, ଅଜିତ ଜେନା, ମାନସ କୁମାର ମାଝୀ ପ୍ରମୁଖ ରକ୍ତଦାନ କରିଥିଲେ।


ଡା. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆ‌ନ ବିଜୟ କୁମାର ପଟ୍ଟନାୟକ, ଜଗନ୍ନାଥ ପଣ୍ଡା, ଅଜୟ ମହାପାତ୍ର ରକ୍ତସଂଗ୍ରହ କରିଥିଲେ। ଶିବିରରୁ ୨୯ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗୀତାଞ୍ଜଳି ସାହୁ, ମନୀଷା ସାହୁ, ହରିହର ରାଉତ, କ୍ଷୀରୋଦ ବିଶ୍ୱାଳ, ମହମ୍ମଦ ଅନୱରୁଦ୍ଦିନ, ତାରିଣୀ ମିଶ୍ର, ଗୋବିନ୍ଦ ରାଜଖୁଆ, ସୁଜିତ କୁମାର ଆସ, ‘ସମ୍ବାଦ’ ବାଲେଶ୍ବର ସହର ପ୍ରତିନିଧି ମନୋଜ କୁମାର ରାଉଳ ଓ ‘ଆମ ଓଡ଼ିଶା’ର ଉତ୍ତର ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି, ବ୍ୟାଙ୍କର ଅଧିକାରୀ, କର୍ମଚାରୀ ଓ ଗ୍ରାହକମାନଙ୍କୁ ନେଇ ଏକ ଗ୍ରାହକ ଭାବ ବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା। ଶତାଧିକ ଗ୍ରାହକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ବ୍ୟାଙ୍କର ବ୍ୟାଙ୍କର ମୁଖ୍ୟ ଶାଖା ପ୍ରବନ୍ଧକ ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.