ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ମେଗା ରକ୍ତଦାନ ଶିବିର

ସଂଗୃହୀତ ହେଲା ୧୨୩ ୟୁନିଟ ରକ୍ତ, ରକ୍ତ ଦେଲେ ୩୯ ଛାତ୍ର ଓ ୮୪ ଛାତ୍ରୀ

ବାଲେଶ୍ଵର: ନିୟମ ଏଡୁକେସନାଲ ଫାଉଣ୍ଡେସନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ନୋସି ବିଜିନେସ ପାର୍କ ସ୍ଥିତ ପିଆଇଏ(ପ୍ରୋଜେକ୍ଟ ଇଂପ୍ଲିମେଣ୍ଟିଙ୍ଗ ଏଜେନ୍ସି) ପରିସରରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡା ମହେଶ କୁମାର ବିଶ୍ବାଳ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ଏହି ମହତ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କୁ ଡା ବିଶ୍ୱାଳ ଭୁୟସୀ ପ୍ରଶଂସା କରିଥିଲେ।

ନିୟମର ବାଲେଶ୍ଵର ଶାଖାର ପ୍ରୋଜେକ୍ଟ ମ୍ୟାନେଜର ସୁଶ୍ରୀ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରୁ ୧୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଡା ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଲ୍ୟାବ ଟେକ୍ନିସିଆନ ଜଗନ୍ନାଥ ପଣ୍ଡା, ଜ୍ୟୋତିଷ ପ୍ରଧାନ, ସୟଦ ଦିଲଦାର, ବିନୋଦ ବିହାରୀ ଦାସ ଓ ବିଜୟ କୁମାର ବଳ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଅନୁଷ୍ଠାନର ସଂଯୋଜକ ପ୍ରତାପ କୁମାର ନାୟକ ଓ ଇପସୀତା ସାମଲଙ୍କ ନେତୃତ୍ୱରେ ସହଯୋଗୀ ବଜ୍ରଦ୍ୟୁତି ମହାପାତ୍ର, ପ୍ରିୟଙ୍କା ଦାସ, ଅର୍ପିତା ସାହୁ, ଶୁଭାଙ୍ଗିନୀ ସାହୁ, ହେନାଶ୍ରୀ ମହାରଣା, ସୁଶ୍ରୀ ସଂଗୀତା ବିଶ୍ୱାଳ, ଦେବଯାନୀ ବେହେରା, ଭଗବାନ ଓଝା, ଭବାନୀ ଶଙ୍କର ରାଉତ, ଗଣପତି ଦାସ, ଲକ୍ଷ୍ମୀ ମୁଖୀ, ଦେବସାରଥୀ ଆସ, ନୀଳାଚଳ ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ବିଶ୍ୱାଳ ଓ ଅବିନାଶ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ ବାଲେଶ୍ଵର ପ୍ରତିନିଧି ମନୋଜ କୁମାର ରାଉଳ, ଚାନ୍ଦିପୁର ପ୍ରତିନିଧି ବିବେକାନନ୍ଦ ଦାସ, ସହର ପ୍ରତିନିଧି ଅମିତ ରାୟ ଓ ଆମ ଓଡ଼ିଶାର ଉତ୍ତର ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର