ଜମିଜମାକୁ କେନ୍ଦ୍ରକରି ଭାଇକୁ ହତ୍ୟା କଲା ଭାଇ

ବାଲେଶ୍ୱର : ଜମିଜମାକୁ ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅ ଭାଇକୁ ହତ୍ୟା କରିଛି ସାନବାପାର ପୁଅ। ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ରେମୁଣା ଥାନା ଅଧୀନ କୁଆଁଳହାତୀ ଗାଁରେ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ଭାଇ ସ୍ଥାନୀୟ ଫାଣ୍ଡିରେ ଆତ୍ମସମର୍ପଣ କରିଥିଲା। ମିଳିଥିବା ଖବର ଅନୁସାରେ ରେମୁଣା ଥାନା ଦୁର୍ଗାଦେବୀ ଅଞ୍ଚଳର କୁଆଁଳହାତୀ ଗାଁର ପଞ୍ଚୁ ସିଂ(୪୫) ଓ ଇନ୍ଦ୍ର ସିଂ(୪୦) ଗୋଟିଏ ବଂଶର ଦୁଇ ଭାଇଙ୍କ ସନ୍ତାନ। ଜମିଜମାକୁ କେନ୍ଦ୍ରକରି ଉଭୟଙ୍କ ଭିତରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ଏହି ବିବାଦ ଉଗ୍ରରୂପ ନେଇଥିଲା। ଗତକାଲି ରାତି ପ୍ରାୟ ୯ଟା ବେଳେ ଇନ୍ଦ୍ର ତାଙ୍କ ଘର ସମ୍ମୁଖରେ ପଞ୍ଚୁଙ୍କୁ ଅଟକାଇ ବାଡ଼ିରେ ବାଡ଼େଇ ବାଡ଼େଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ଏହା ପରେ ଇନ୍ଦ୍ର ଦୁର୍ଗାଦେବୀ ଫାଣ୍ଡିରେ ଆତ୍ମ ସମର୍ପଣ କରିବା ସହ ନିଜ ଦୋଷ ସ୍ୱୀକାର କରିଥିଲା। ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର