ସିମୁଳିଆରୁ  ୫ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ଦୁଇ ନିଶା ବେପାରୀ ଗିରଫ

ବାଲେଶ୍ବର: ଅବକାରୀ ବିଭାଗ କର୍ମଚାରୀ ମଙ୍ଗଳବାର ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାରୁ ୩୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଏହି ବ୍ରାଉନ ସୁଗାରର ବଜାର ମୂଲ୍ୟ ୫ ଳକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଦୁଇ ଜଣ ନିଶା ବେପାରୀ ଗିରଫ ହୋଇଛନ୍ତି।

ଅବକାରୀ ବିଭାଗ ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲାର ଫୈଜ ଅହମ୍ମଦ ଏବଂ ଆଶିକ ଖାନଙ୍କ ଠାରୁ ଏହି ବ୍ରାଉନ ସୁଗାର ଜବତ ହୋଇଛି। ଏକ ମୋଟରସାଇକେଲରେ ଏହି ଦୁଇ ଜଣ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ମାର୍କୋଣାରୁ ଧରାପଡ଼ିଥିଲେ। ପୂର୍ବରୁ ଅବକାରୀ ବିଭାଗ ପାଖରେ ଏହି ସୂଚନା ଥିଲା।

ମଙ୍ଗଳବ‌ାର ଦିନ ଅଭିଯୁକ୍ତ ଫୈଜ ଅହମ୍ମଦ ଏବଂ ଆଶିକ ଖାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ଅତୀତରେ ନିଶା କାରବାରରେ ଜଡ଼ିତ ଥିଲେ ବୋଲି ଜଣାପଡ଼ିଛି।  ବାଲେଶ୍ବର ଜିଲ୍ଲାରେ ନିଶା କାରବାର ଜୋର ଚାଲିଥିବା ହେତୁ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଉଛି।

ସମ୍ବନ୍ଧିତ ଖବର