ଭିଜିଲାନ୍ସ ଜାଲରେ କୋଟିପତି କିରାଣି

ବାଲେଶ୍ୱର/ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍‌ରେଜିଷ୍ଟାର ଅଫିସର ଜଣେ କିରାଣି ଆଜି ଜଣଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏହି କୋଟିପତି କିରାଣି ଜଣକ ହେଲେ ନବକୁମାର ଦାସ। ଏହାସହ ଭିଜିଲାନ୍ସ ଟିମ୍‌ ତାଙ୍କ ବାକ୍ସରୁ ନଗଦ ୫ଲକ୍ଷ ୯୪ହଜାର ୨୩୫ଟଙ୍କା ଜବତ କରଛି। ଭିଜିଲାନ୍ସ ତାଙ୍କ ପୈତୃକ ଘର ଜଳେଶ୍ୱର ବ୍ଲକର ନନ୍ଦିକା ଗ୍ରାମକୁ ଯାଇ ଛାନଭିନ କରିଥିବାବେଳେ ଜବତ ସଂପତ୍ତିର ପରିମାଣ ଏଯାଏ ଜଣାପଡିନାହିଁ। ମାତ୍ର ତାଙ୍କ ସ୍ଥାବର ସଂପତ୍ତିର ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ବାଲିଆପାଳ ସବରେଜେଷ୍ଟ୍ରି ଅଫିସରେ ନବକୁମାର ଦାସ ପ୍ରଥମେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ପରେ ୨୦୧୬ ମେ ୨ ତାରିଖରେ ପଦୋନ୍ନତି ପାଇ ବେଞ୍ଚମାର୍କ ଭେଲୁଏସନ କିରାଣି ହୋଇଥିଲେ।

ସମ୍ବନ୍ଧିତ ଖବର