ବାଲେଶ୍ୱର: ରେଳବାଇ ଗେଟ୍‌ ସମ୍ମୁଖରେ ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ

ବାଲେଶ୍ୱର: ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ରେଳବାଇ ଗେଟ୍‌ ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରକ କଲେଜ ଛାତ୍ରୀଙ୍କୁ ଧକ୍କା ଦେଇଛି। ଅଙ୍ଗାରଗାଡ଼ିଆ ଠାରେ ହୋଇଥିବା ଦୁର୍ଘଟଣାରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବାଣିଜ୍ୟ ଛାତ୍ରୀ ପୂଜା ସିଂହଙ୍କ ମୃତ୍ୟୁ ଘଟିଛି। ସନ୍ଥ ବାହାଦୂରଙ୍କ ଝିଅ ପୂଜା କଲେଜ ସାରି ନିଜେ ରହୁଥିବା ବିର୍ଲା କଲୋନୀକୁ ଘରକୁ ଫେରୁଥିଲା। ପୁଲିସଲାଇନ ପଟୁ ବିର୍ଲା କମ୍ପାନି ଅଭିମୁଖେ ଯାଉଥିବା ଟ୍ରକଟି ଧକ୍କା ଦେଇ ପଳାଇ ଯାଉଥିବା ବେଳେ ପୁଲିସ ଅଟକ ରଖିଛି।

ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ସେମାନେ କ୍ଷତି ପୂରଣ ଦାବି କରିଥିଲେ। ଫଳରେ ବହୁ ସମୟ ଧରି ଯାତାୟତ ପ୍ରଭାବିତ ହୋଇଥିଲା। ପୁଲିସ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର