ପୂର୍ବତନ ଅବକାରୀ ଏସଆଇଙ୍କୁ ତିନି ବର୍ଷ ଜେଲ୍‌

ବାଲେଶ୍ୱର : ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ବାରିପଦାର ପୂର୍ବତନ ଅବକାରୀ ସବ୍‌ ଇନସ୍ପେକ୍ଟର ରତ୍ନାକର ପଣ୍ଡାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରାଯାଇଛି। ୨୦୦୩ ମାର୍ଚ୍ଚ ୨୬ରେ ଭିଜିଲାନ୍ସ ଶ୍ରୀ ପଣ୍ଡାଙ୍କ ଉଦଳା ସ୍ଥିତ ବାସଭବନ ଓ ବାରିପଦା ସ୍ଥିତ ଅଫିସରେ ଚଢାଉ କରିଥିଲା। ଏହାପରେ ତାଙ୍କ ବିରୋଧରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ କେସ ନମ୍ବର ୧୬/୨୦୦୩ରେ ମାମଲା ରୁଜୁ ହୋଇଥିଲା।

ଅନ୍ୟ ଏକ ମାମଲାରେ ଅଭିଯୁକ୍ତ ଥିବା କନ୍ଧମାଳ ବାଲିଗୁଡା ପୂର୍ତ୍ତ ବିଭାଗର ଜୁନିୟର ଇଂଜିନିୟର ମହାଦେବ ଖଟାଇଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରାଯାଇଛି। କନ୍ଧମାଳର ଅନ୍ତର୍ଯ୍ୟାମୀ ବେହେରାଙ୍କଠାରୁ ସେ ହଜାରେ ଟଙ୍କା ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ୨୬/୨୦୦୭ରେ ଏକ ମାମଲା ରୁଜୁ କରିଥିଲା। ଏ ଘଟଣାର ଫଇସଲା କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର