ବାଲେଶ୍ବର ଖବରକାଗଜ ବିତରକ ସଂଘର ବଦାନ୍ୟତା, ମୃତ ସଦସ୍ୟଙ୍କ ପରିବାରକୁ ଦେଲେ ଆର୍ଥିକ ସହାୟତା

ବାଲେଶ୍ବର: ବାଲେଶ୍ବର ଖବରକାଗଜ ବିତରକ ସଂଘ ବଦାନ୍ୟତା ଦେଖାଇଛି। ନିକଟରେ ସଂଘର ରୋଗଗ୍ରସ୍ତ ସଦସ୍ୟ କୃଷ୍ଣଚନ୍ଦ୍ର କରଙ୍କ ଦେହାନ୍ତ ହୋଇଥିଲା। ଏପରି ଦୁଃସମୟରେ ସଂଘ ପକ୍ଷରୁ ସ୍ବର୍ଗତ କରଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏନେଇ ସଂଘ କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଂଘର ସଭାପତି ତଥା ଶ୍ରମିକ ନେତା ଅରୁଣ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ।

ସଂଘର ସାଧାରଣ ସମ୍ପାଦକ ଅନିରୁଦ୍ଧ ଲେଙ୍କା, ଅକ୍ଷୟ ପ୍ରଧାନ, ଯୋଗେନ୍ଦ୍ର ତପସ୍ବୀ, ଗୌରଗୋପାଳ ଦାସ, ଶଶିକାନ୍ତ କୁଅଁର, ଶ୍ରୀକାନ୍ତ କୁଅଁର, ଅକ୍ଷୟ ଲେଙ୍କା, କମଳଲୋଚନ ସାହୁ, ବିଜୟ ସେନଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସ୍ବର୍ଗତ କରଙ୍କ ପତ୍ନୀ ଲିଲିମା କରଙ୍କୁ ସଂଘ ପକ୍ଷରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର