ନାବାଳିକାକୁ ଗଣଦୁର୍ଷ୍କମ ପରେ ଗାଏବ କଲେ ୫ ଅଭିଯୁକ୍ତ, ଗାଁ ଲୋକେ ନିସ୍ତୁକ ପିଟି ପୁଲିସକୁ ଜିମା ଦେଲେ

ନୀଳଗିରି: ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ତାକୁ ୫ ଜଣ ଅଭିଯୁକ୍ତ ଗାଏବ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ରାଜ ବରହମପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣା ସହିତ ସଂପୃକ୍ତ ୫ ଅଭିଯୁକ୍ତଙ୍କୁ ଗାଁଲୋକେ ନିସ୍ତୁକ ପିଟି ଶେଷରେ ପୁଲିସକୁ ହସ୍ତାନ୍ତର କରିଛନ୍ତି।

ଘଟଣା ଥିଲା ଏମିତି। ତେଲିପାଳ ପଞ୍ଚାୟତ ଅନ୍ତର୍ଗତ ପୁଟିବନ୍ଧ ଗାଁର ସୁନାରାମ ସିଂହ(୩୨) ନିଜକୁ ଅବିବାହିତ କହି ନିକଟସ୍ଥ ଗ୍ରାମର ଜଣେ ୧୨ ବର୍ଷର ନାବାଳିକାକୁ ବିବାହ କରିଥିଲା। ବିବାହ ୧୦ ଦିନ ପୂରି ନଥିଲେ ମଧ୍ୟ ସୁନାରାମ ନାବାଳିକାକୁ ଶାରୀରିକ ଓ ମାନସିକ ରୂପେ ନର୍ଯ୍ୟାତନ ଦେଇଥିଲା, ଯାହାକି ଅସହ୍ୟ ଥିଲା। ଗତ ଶନିବାର ଅପରାହ୍ନରେ ସେ ନାବାଳିକାକୁ ନେଇ ଶ୍ୱଶୁର ଘର ଯାଇଥିିଲା। ସାଥୀରେ ଗ୍ରାମର ଯୁବକ ବାଦଲ ସିଂହ, ସୁଶାନ୍ତ ସିଂହ ଓ ଛତ୍ରପୁର ପଞ୍ଚାୟତର କାଦୁଅଣୀ ଗ୍ରାମର ପୂର୍ବତନ ଜିଲ୍ଲା ପରିଷଦ ଧନିରାମ ସିଂହ ଥିଲେ।

୪ଜଣ ଅଭିଯୁକ୍ତ ଗାଁ ମୁଣ୍ଡରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏହା ପରେ ସେମାନେ କୁଲଡିହା ଜଙ୍ଗଲକୁ ନେଇଯାଇଥିଲେ। ଏଣେ ୨ଦିନ ହେବ ଗାଁ ଲୋକେ ସୁନାରାମ ଓ ନାବାଳିକାଙ୍କୁ ନଦେଖିବାରୁ ସନ୍ଦେହ କରିଥିଲେ। ଗାଁ ଲୋକେ ସୁନାରାମ ଓ ତା’ର ପତ୍ନୀ ଲିଲି ସିଂହ ସମେତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ବାନ୍ଧି ନିସ୍ତୁକ ପିଟିବା ପରେ ସବୁ ଘଟଣା ପଦାରେ ପଡ଼ିଥିଲା। ସୂଚନା ପାଇ ଓଆଇସି ଗୋପାଳ ସିଂହ ପୁଲିସ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି।

ସମ୍ବନ୍ଧିତ ଖବର