ଆଦିବାସୀ ମହିଳାଙ୍କୁ ୪ ବନ କର୍ମଚାରୀଙ୍କ ଗଣଦୁଷ୍କର୍ମ!

ନୀଳଗିରି/ରାଜବରହମପୁର : ମଞ୍ଚା ଉପରେ ଫସଲ ଜଗିଥିବା ଜଣେ ଆଦିବାସୀ ମହିଳାଙ୍କୁ ଶୁକ୍ରବାର ରାତିରେ କୁଲଡିହା ବନ କର୍ମଚାରୀମାନେ ଗଣଦୁଷ୍କର୍ମ କରିବା ନେଇ ସଂଗୀନ ଅଭିଯୋଗ ହୋଇଛି । ଏହି ଘଟଣାରେ ଶତାଧିକ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ୩ ଜଣ ବନ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଇଥିବା ବେଳେ ଫରେଷ୍ଟ ବିଟ୍‌ ହାୁସ ଭଙ୍ଗାରୁଜା କରିଛନ୍ତି। ଅପରପକ୍ଷରେ ବନ ବିଭାଗ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଗତକାଲି ସଂପୃକ୍ତ ଗାଁରୁ ହରିଣ ମାଂସ ଜବତ କଲା ପରେ ଅଭିଯୁକ୍ତମାନଙ୍କୁ ଧରିବାକୁ ଯାଇଥିବା ବନ କର୍ମଚାରୀମାନଙ୍କୁ ଫସାଇବା ଲାଗି ସେମାନଙ୍କ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଅଣାଯାଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏ ନେଇ ଉଭୟ ଗ୍ରାମବାସୀ ଓ ବନ ବିଭାଗ ପକ୍ଷରୁ ଥାନାରେ ଦୁଇଟି ଅଭିଯୋଗ ହେବା ପରେ ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ କରୁଥିବା ଆଇ.ଆଇ.ସି. ରମେଶ ସିଂ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ୭୯/୧୮ରେ କେସ ରୁଜୁ କରିବା ସହିତ ୪ ଜଣ ବନ କର୍ମଚାରୀଙ୍କ ବିରୋଧରେ ଆଇପିସିର ଧାରା ୩୭୬, ୫୧୧, ୩୪ରେ ମାମଲା ରୁଜୁ କରିଛି। ପୁଲିସ ପୀଡ଼ିତାର ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଛି।

ସମ୍ବନ୍ଧିତ ଖବର