ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, ଚାଇଲ୍‌ଡ଼ ଲାଇନକୁ ହସ୍ତାନ୍ତର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁରର ଚଣ୍ଡିପୁର ଅଞ୍ଚଳରୁ ରବିବାର ସନ୍ଧ୍ୟାରେ ଜଣେ ନବଜାତ ଶିଶୁ କନ୍ୟାକୁ ରାସ୍ତା ପାର୍ଶ୍ୱରୁ ଉଦ୍ଧାର କରାଯାଇଛି । ଅପରାହ୍ନରେ ଚଣ୍ଡିପୁର ରାସ୍ତା ପାର୍ଶ୍ୱରେ ଏକ ନବଜାତ ଶିଶୁକନ୍ୟାକୁ ଶୁଆଇ ଦେଇ କେହି ଚାଲି ଯାଇଥିବା ସେହି ଅଞ୍ଚଳର ଅଙ୍ଗନୱାଡି କର୍ମୀ ସରସ୍ୱତୀ ସିଂ ଦେଖିବା ସହ ଶିଶୁକନ୍ୟାଟିକୁ ରାସ୍ତାରୁ ଉଠାଇ ନେଇଥିଲେ। ପରେ ସେ ଖଇରା ଚାଇଲ୍‌ଡ଼ ଲାଇନକୁ ଖବର ଦେଇଥିଲେ।

ଚାଇଲ୍‌ଡ଼ ଲାଇନର୍‌ ନିର୍ଦ୍ଦେଶକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଟିମ୍‌ ଲିଡର ତପସ୍ୱିନୀ ରାଉତ, ପଞ୍ଚାନନ ତ୍ରିପାଠୀ, ନିରଞ୍ଜନ ପ୍ରଧାନ, ସାଇନ ପ୍ରଭା ଦଳେଇ ଘଟଣା ସ୍ଥଳରେ ପହଁଞ୍ଚିବା ସହ ନୀଳଗିରି ଥାନା କୁ ଜଣାଇବା ସହ ଥାନା ସୁରକ୍ଷାରେ ଶ୍ରୀମତୀ ସିଂଙ୍କ ଠାରୁ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଜଣାଇଥିଲେ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତକୁ ଭର୍ତ୍ତି କରାଯାଇଛି। ଶିଶୁ କନ୍ୟା କାହାର ଏବଂ କିଏ ଏମିତି ଅବସ୍ଥାରେ ଶିଶୁ କନ୍ୟାକୁ ରାସ୍ତା ପାଖରେ ଶୁଆଇ ଦେଇ ଚାଲି ଯାଇଛି ତାହା ଜଣା ପଡ଼ି ନଥିବା ବେଳେ ଶିଶୁଟି ଏବେ ସୁସ୍ଥ ରହିବା ସହ ଶିଶୁ ଭବନରେ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର