ଟ୍ରକ ଚକା ତଳେ ଚାପିହୋଇ ହେଲପର ମୃତ

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ନିକଟରେ ଏକ ଦୁର୍ଘଟଣାରେ ବୁଧବାର ଜଣେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ମାୟାଧର ପ୍ରଧାନ(୪୫)। ଅଭିଯୋଗ ଅନୁଯାୟୀ, ଅପରାହ୍ନରେ ସେ ଏକ ୪୦୭ ଟ୍ରକ(ଓଆର-୦୧ପି-୪୦୯୮)ରେ କଣ୍ଟାବଣିଆ ନିକଟରେ ଯାଉଥିଲେ। ଟ୍ରକର ଆଗଚକା ତଳେ ଏକ ପଥରଖଣ୍ଡ ଫସିଯିବାରୁ ସେ ଗାଡ଼ିରୁ ଓହ୍ଲାଇ ପଥରଖଣ୍ଡକୁ ବାହାର କରୁଥିଲେ। ତେବେ ଟ୍ରକ ଡ୍ରାଇଭର ବେପରୁଆ ଭାବେ ଆଗକୁ ଟ୍ରକ ମାଡ଼ି ନେବାରୁ ମାୟାଧରଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ସେ ମୃତ୍ୟୁବରଣ କରିଥିଲେ। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ମାୟାଧରଙ୍କ ଭାଇ ରମେଶ ପ୍ରଧାନ ଏକ ଏତଲା ଦାଏର କରିଥିଲେ। ଟ୍ରକର ଡ୍ରାଇଭର ଫେରାର ଥିବା ବେଳେ ତାଙ୍କ ବିରୋଧରେ ୩୦୬/୧୭ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର