ପତ୍ନୀଙ୍କୁ କିରାସିନି ଢାଳି ନିଅାଁ ଲଗାଇଲା ସ୍ୱାମୀ

ନୀଳଗିରି :  ପତ୍ନୀଙ୍କ ପରକୀୟା ପ୍ରୀତି ସନ୍ଦେହରେ କରାସିନି ଢ଼ାଳି ନିଆଁ ଲଗାଇଲା ସ୍ୱାମୀ। ଏପରି ଘଟଣା ନୀଳଗିରି ଥାନା ଅଧୀନ ଚଣ୍ଡୀପୁର ଗାଁରେ ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ଗାଁଲୋକେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଅଭିଯୁକ୍ତ ସ୍ୱାମୀ ଟୁନା ସିଂ(୨୭)କୁ ଅଟକ ରଖି ତଦନ୍ତ କରୁଛି। ପତ୍ନୀର ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ଏପରି କାଣ୍ଡ ଘଟାଇଛି ବୋଲି ଅଭିଯୁକ୍ତ ଟୁନା କହିଛି।

ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧିନସ୍ଥ ଚଣ୍ଡୀପୁର ଗ୍ରାମର ଗୋବିନ୍ଦ ସିଂଙ୍କ ପୁଅ ଟୁନା(୨୭) ଗତକାଲି ରାତି ପ୍ରାୟ ୨ଟା ବେଳେ ସ୍ତ୍ରୀ ଟିକିନାର ଚରିତ୍ରକୁ ସନ୍ଦେହ କରି ତାଙ୍କ ଦେହରେ କିରାସିନି ଢ଼ାଳି ନିଅାଁ ଲଗାଇ ଦେଇଥିଲା। ଟିକିନା ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ଉଦ୍ଧାର କରି ପଡ଼ୋଶୀ ଓ ପରିବାର ଲୋକେ ନୀଳଗିରି ମେଡିକାଲକୁ ଆଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଟୁନା ଢ଼େଙ୍କାନାଳରେ ରହି ଡ୍ରାଇଭର କାମ କରୁଥିବା ବେଳେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଟିକିନା ସମ୍ପର୍କୀୟ ଭିଣୋଇ ସହିତ ସମ୍ପର୍କ ଥିଲା। ବାରମ୍ବାର ତାଗିଦ ପରେ ବି ଟିକିନା ନ ମାନିବାରୁ ଟୁନା ଏପରି କଠୋର ପଦକ୍ଷେପ ନେଇଥିବା ପ୍ରକାଶ କରିଛି। ଟିକିନାଙ୍କ ଭାଇଙ୍କ ଅଭିଯୋଗ ମୂଳେ ଅଭିଯୁକ୍ତ ସ୍ୱାମୀକୁ ନୀଳଗିରି ପୁଲିସ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର