ନୀଳଗିରିରେ ଝାଡ଼ଖଣ୍ତୀ ହାତୀଙ୍କ ଆତଙ୍କ : ବନବିଭାଗ ଅଧିକାରୀ-ଗ୍ରାମବାସୀ ମୁହାଁମୁହିଁ

ଗାଁରେ ପଶି ଘର ଭାଙ୍ଗିଲେ, ଧାନ କ୍ଷେତ ଦଳିଦେଲେ O ହାତୀ ଘଉଡ଼ାଇବାକୁ ବନ ବିଭାଗର ୬ଟି ଟିମ୍‌ 

ନୀଳଗିରି: ଆଜିକୁ ୩ ଦିନ ଧରି ଝାଡ଼ଖଣ୍ତ ଦଲମା ଅଭୟାରଣ୍ୟରୁ ୨ଟି ପର୍ଯ୍ୟାୟରେ ନୀଳଗିରି ବନାଞ୍ଚଳକୁ ଆସିଥିବା ୫୮ରୁ ଊର୍ଧ୍ବ ହାତୀ ବିଭିନ୍ନ ସ˚ରକ୍ଷିତ ଜଙ୍ଗଲରେ ଦିନ ତମାମ୍‌ ଆଡ୍ଡା ଜମାଉଛନ୍ତି। ପୁଣି ସଞ୍ଜ ବାଜିଲେ ଧାନ କ୍ଷେତରେ ପ୍ରବେଶ କରି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଗାଁ ଭିତରେ ପଶି ଲୋକଙ୍କ ଘର ଭାଙ୍ଗି ଦେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନିଜର ଫସଲକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ବନବିଭାଗ ଉପରେ ଭରସା ନ କରି ଗଛର ମଞ୍ଚା ଉପରେ ଆଲୁଅ ଜାଳି ତଳେ କାଠରେ ନିଅାଁ ଲଗାଇ, ବାଣ, ବାଜାର ସାହାରା ନେଉଛନ୍ତି। ପରିବାରର ସୁରକ୍ଷା ପାଇଁ ସ˚ଘବଦ୍ଧ ଭାବରେ ଗାଁର ଲୋକମାନେ ଘର ଆଗରେ ନିଅାଁ ଜଳାଇ ରାତି ତମାମ ଜଗି ରହୁଛନ୍ତି। ଅନ୍ୟପକ୍ଷରେ ହାତୀ ସମସ୍ୟାକୁ ନେଇ ବନବିଭାଗ ଓ ଗ୍ରାମବାସୀ ମୁହଁାମୁହିଁ ହୋଇଛନ୍ତି।
ଗତକାଲି ସନ୍ଧ୍ୟାରେ ହାତୀପଲ ଗୋପାଳପୁର ସ˚ରକ୍ଷିତ ଜଙ୍ଗଲରୁ ବାହାରି ଜଡ଼ିବାଲି ସ˚ରକ୍ଷିତ ଜଙ୍ଗଲରେ ପଶିଥିଲେ। ଅତି ଚତୁରତାର ସହିତ ଦନ୍ତା ହାତୀଟି ସୋଲାର ଫେନ୍‌ସି˚କୁ ଭାଙ୍ଗିବା ପରେ ହାତୀପଲ ତିନିକୋଶିଆ ସ˚ରକ୍ଷିତ ଜଙ୍ଗଲରେ ସକାଳ ୬ଟା ପର୍ଯ୍ୟନ୍ତ ବୁଲିଥିଲେ। ବନବିଭାଗ ହାତୀପଲକୁ ତିନିକୋଶିଆ ଜଙ୍ଗଲରେ ଛାଡ଼ିଦେଇ ସକାଳେ ପଳାଇ ଯାଇଥିବା ବେଳେ ହାତୀପଲ ତିନିକୋଶିଆ ସ˚ରକ୍ଷିତ ଜଙ୍ଗଲର ଭାଲୁକାଶୁଣି-ନରଣପୁର ମୁଖ୍ୟ ରାସ୍ତାର ୫୦ ଫୁଟ୍‌ ଦୂରରେ ଚଳପ୍ରଚଳ କରୁଥିବା ଯୋଗୁଁ ସକାଳ ୭ରୁ ଦୀର୍ଘ ଦେଢ଼ ଘଣ୍ଟା ଧରି ଯାତାୟାତ ଠପ୍‌ ହୋଇଯାଇଥିଲା। ଫଳରେ ଉଭୟ ପାର୍ଶ୍ବରେ ଲୋକେ ଶହ ଶହ ଲୋକ ରୁଣ୍ତ ହୋଇଯାଇଥିଲେ। ଖବରପାଇ ନୀଳଗିରି ରେଞ୍ଜର ସୁକୁମାର ଦାସ ପହଞ୍ଚି ହାତୀପଲକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବାର ବ୍ୟବସ୍ଥା କରିଥିଲେ।
ଅନ୍ୟପକ୍ଷରେ ଗତକାଲି ରାତି ୧୦ଟା ସମୟରେ ହାତୀ ଘଉଡ଼ାଇବାକୁ ନେଇ ବନାଞ୍ଚଳବାସୀ ଉତ୍‌କ୍ଷିପ୍ତ ହୋଇଥିଲେ। ବନାଞ୍ଚଳବାସୀ ବନ କର୍ମଚାରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିବା ଶୁଣିବାକୁ ମିଳିଛି। ଖବର ଲେଖିବା ବେଳକୁ ହାତୀପଲ ତିନିକୋଶିଆ ସ˚ରକ୍ଷିତ ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଛି। ହାତୀପଲକୁ ଘଉଡ଼ାଇବା ପାଇଁ ଏସ୍‌ସିଏଫ୍‌ ଲକ୍ଷ୍ମଣ ପ୍ରଧାନ, ନୀଳଗିରି ରେଞ୍ଜର ସୁକୁମାର ଦାସ, ସୋର ରେଞ୍ଜର ପ୍ରଦୀପ୍ତ ଜେନା, ବାଲେଶ୍ବର ରେଞ୍ଜର ଦେବେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ୬ଟି ଟିମ୍‌ କରାଯାଇଛି। ଏଥିରେ ମିତ୍ରପୁର ଫରେଷ୍ଟର ଗଣେଶ ପ୍ରସାଦ ଲେଙ୍କା, ଉମାକାନ୍ତ ଜେନା, ନୀଳଗିରି ଫରେଷ୍ଟର ଦେବରାଜ ରାଉତ, ସଜନାଗଡ଼ ଫରେଷ୍ଟର ସରୋଜ କୁମାର ପ୍ରଧାନ, ସୌମ୍ୟ ମାଝୀ, ପରମାନନ୍ଦ ନାୟକ, ଫରେଷ୍ଟଗାର୍ଡ ଦୁଷ୍ମନ୍ତ ଜେନା, ହିମା˚ଶୁ ପାଢ଼ୀ ସହିତ ୧୦୦ରୁ ଊର୍ଧ୍ବ ବନକର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୧ ପ୍ଲାଟୁନ ଫୋର୍ସ ସାମିଲ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର