କଳା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଲେ ପର୍ଯ୍ୟଟନ ମନ୍ତ୍ରୀ

ବାଲେଶ୍ବର: କରୋନା ମହାମାରୀରୁ ରକ୍ଷା ପାଇବ‌ା ପାଇଁ କଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଆଜି ନିଜ ନିର୍ବାଚନ ମଣ୍ଡଳୀ ସମେତ ବାଲେଶ୍ବର ସହରର ପ୍ରମୁଖ ଛକଗୁଡ଼ିକରେ ପଥ ଚିତ୍ରାଙ୍କନ କରି କଳାକାରମାନଙ୍କ ଦ୍ବାରା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କରୋନା ସଚେତନତା କରିଥିଲେ। ଏହି ବିଶ୍ବ ମହାମାରୀକୁ ହଟାଇବା ପ‌ାଇଁ ସାରାବିଶ୍ବରେ ପ୍ରଚେଷ୍ଟା ଜାରି ରହିଥିବା ବେଳେ ସଚେତନତା ପାଇଁ କଳାକାରମାନଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି।

ଏହି କାର୍ଯ୍ୟକ୍ରମ ଆଗକୁ ଜିଲ୍ଲାରେ ଅନ୍ୟ ଅଞ୍ଚଳରେ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଯୁବ ବିଜେଡି ଜିଲ୍ଲା ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ନଗର ସଭାପତି ସଂଜୀବ ଦାସ, ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।

ସମ୍ବନ୍ଧିତ ଖବର