ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୀଳଗିରି : ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ନୀଳଗିରି ଥାନାରେ ପହଞ୍ଚିଛି। ଏମିତି କାଣ୍ଡ ଭିଆଇଥିବା ଶ୍ରୀପତିପୁର ଗାଁର ଜଣେ ଯୁବକ ବିରୋଧରେ ଅଭିଯୋଗ କରି ନାବାଳିକାଙ୍କ ପରିବାର ନ୍ୟାୟ ପ୍ରାର୍ଥନା କରିଛନ୍ତି। ଘଟଣା ନେଇ ପୁଲିସ ତଦନ୍ତ ଜାରି ରହିଛି ବୋଲି ନୀଳଗିରି ଥାନା ଆଇଆଇସି ରମେଶ ସିଂ କହିଛନ୍ତି। ଅଭିଯୋଗ ମୁତାବକ ଅଭିଯୁକ୍ତ ଯୁବକ ନାବାଳିକାଙ୍କ ସହ ଦୀର୍ଘଦିନ ଧରି ଶାରିରୀକ ସଂପର୍କ ରଖିଥିଲା। ନାବାଳିକା ଅନ୍ତସତ୍ତ୍ୱା ହେବା ଜାଣିବା ପରେ ପରିବାର ଲୋକେ ଗ୍ରାମବାସୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ସମାଧାନ ପାଇଁ ଗତ ୪ ତାରିଖ ଦିନ ଏନେଇ ବୈଠକ ଡକାଯାଇଥିଲା। ହେଲେ ଅଭିଯୁକ୍ତ ଯୁବକ କି ତାଙ୍କ ପରିବାର ଲୋକେ କେହି ବୈଠକକୁ ଆସି ନଥିଲେ। ଶେଷରେ ଅନ୍ୟ ଉପାୟ ନପାଇ ନାବାଳିକାଙ୍କ ବାପା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର