୩୫ ବର୍ଷ ପରେ କଂଗ୍ରେସ ଛାଡ଼ିବେ ପଦ୍ମଲୋଚନ

ବାଲେଶ୍ୱର : ସିମୁଳିଆର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା କଂଗ୍ରେସ ଦଳ ଛାଡ଼ିବେ ବୋଲି ଗତ କିଛି ଦିନ ହେଲା ଜୋରସୋର୍‌ରେ ଚର୍ଚ୍ଚା ଚାଲିଥିବାବେଳେ ଆଜି ତାହା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆଜି ନିଜ ନିର୍ବାଚନମଣ୍ଡଳୀରେ ଡକାଇଥିବା ନିଜ ସମର୍ଥକ ଓ କଂଗ୍ରେସ କର୍ମୀଙ୍କ ଏକ ବୈଠକରେ ସେ ନିଜେ ଏ ନେଇ ସଂକେତ ଦେଇଛନ୍ତି। ୩୫ ବର୍ଷ ହେଲା ଦଳରେ ଥାଇ ବାଲେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଓ ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦଳୀୟ ପଦପଦବିରେ ଥିବା ପଦୁ ବାବୁଙ୍କ ଏଭଳି ସଂକେତ ବାଲେଶ୍ୱର ଜିଲ୍ଲା ରାଜନୀତିରେ ନୂଆ ସମୀକରଣର ସୂଚନା ଦେଉଛି। ତେବେ କଂଗ୍ରେସ ଛାଡ଼ିବା ପରେ କେଉଁ ଦଳରେ ମିଶିବେ ସେ ନେଇ କିଛି ସ୍ଥିର ହୋଇ ନଥିବା ବେଳେ ସେ ବର୍ତ୍ତମାନ ତାଙ୍କ ସହ ରହିଥିବା କର୍ମୀଙ୍କ ମତାମତ ଅପେକ୍ଷାରେ ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର