ନୀଳଗିରି: ତେଲେଙ୍ଗାନାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ଶବ ରବିବାର ସକାଳେ ସ୍ଥାନୀୟ ନରସିଂହପୁର ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା।
ମୃତ ଶ୍ରମିକଜଣକ ହେଉଛନ୍ତି ୪୯ ବର୍ଷିୟ ମନୋରଞ୍ଜନ ମହାପାତ୍ର। ସେ ତେଲେଙ୍ଗାନା ରାଜ୍ୟ କରିମନଗର ଜିଲ୍ଲା ଅନ୍ତର୍ଗତ କରିମନଗର ସହରରେ ଥିବା ଏକ ଗ୍ରାନାଇଟ୍ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ଶୁକ୍ରବାର ଦିନ ପ୍ରାୟ ୧୨: ୩୦ ମିନିଟ୍ରେ ତାଙ୍କ ମୁଣ୍ଡ ଉପରେ ଗ୍ରାନାଇଟ୍ ଖସିପଡ଼ିବାରୁ ସେ ସାଂଘାତିକ ଭାବେ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ତାଙ୍କର ମୃତ୍ୟୁ ଘଟିଥିବା କଥା କମ୍ପାନି କର୍ତ୍ତୃପକ୍ଷ କିଂବା ସାଥୀ ଶ୍ରମିକମାନେ ତାଙ୍କ ପରିବାରକୁ ଖବର ନ ଦେଇ ଆଜି ସକାଳ ୮: ୩୦ରେ ଶବ ନେଇ ପହଞ୍ଚିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ମୃତ ମନୋରଞ୍ଜନଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀମାନେ ଶବ ନେଇ ଆସିଥିବା ଆମ୍ବୁଲାନ୍ସ୍ ଡ୍ରାଇଭର, ହେଲ୍ପର୍, ସାଥି ଶ୍ରମିକ ମଧୁପୁରା ଗ୍ରାମର ୨୭ ବର୍ଷିୟ ଜ୍ୟୋତିର୍ମୟୀ ଦାସ, ଖଇଦା ଗ୍ରାମର ୨୯ ବର୍ଷିୟ ଗଣେଶ ଦାସ ଏବଂ ଗୁଆଡ଼ିଆ ଗ୍ରାମର ୩୨ ବର୍ଷିୟ ମଧୁସୂଦନ ମୋହନୀଙ୍କୁ ଅଟକ ରଖିଛନ୍ତି। ଖବର ପାଇ ନୀଳଗିରି ତହସିଲଦାର ଓ ଥାନା ଅଧିକାରୀ ଘଟନାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/granite-workman.jpg)