ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଠିଆ ହୋଇଥିବା ଟ୍ରଲରକୁ ପିଟିଲା ଗୋରୁ ବୋଝେଇ ପିକଅପ୍: ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ରୁପସା: ଠିଆ ହୋଇଥିବା ଟ୍ରଲରକୁ ପଛରୁ ପିଟିଲା ଗୋରୁ ବୋଝେଇ ପିକଅପ୍। ଏଥିରେ ଗୋରୁ ବୋଝେଇ ପିକଅପର‌େ ଥିବା ୩ ଜଣ ଗୁରୁତର ହୋଇଛନ୍ତି। ୬୦ ନମ୍ବର ଜାତୀୟ ରାଜପଥ ରୁପ୍‌ସା ଥାନା ହଳଦୀପଦା ରାଜଧାନୀ ଢାବା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୩ ଗୁରୁତରଙ୍କୁ ଉଦ୍ଧାର କରାଯାଇ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମଣେଶ୍ୱରି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ

ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଲକ୍ଷ୍ମଣାପଡ଼ା ଗ୍ରାମର ଆରାଧ୍ୟ ମା ଲକ୍ଷ୍ମଣେଶ୍ୱରି ଦେବୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ। ସୂଚନାରୁ ପ୍ରକାଶ ପ୍ରତିଦିନ ଭଳି ମନ୍ଦିର ପୂଜା କାର୍ଯ୍ୟସାରୀ…
ଅଧିକ ଖବର ଦେଖନ୍ତୁ...

ସେବା ସମବାୟ ବ୍ୟାଙ୍କରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଚକପଳାସିଆ ସେବା ସମବାୟ ବ୍ୟାଙ୍କରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଛି। ସୂଚନା ଅନୁସାରେ ଚକପଳାସିଆ ସେବା ସମବାୟ ବ୍ୟାଙ୍କରେ ସୋମବାର-ମଙ୍ଗଳବାର ରାତିରେ ନିଆଁ ଲାଗିଥିଲା।…
ଅଧିକ ଖବର ଦେଖନ୍ତୁ...

‘ଅଗ୍ନି-୫’ର ସଫଳ ପରୀକ୍ଷା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ବାଲେଶ୍ବର: ସୋମବାର ଅପରାହ୍ନ ୪ଟା ୫୦ ମିନିଟ୍‌ରେ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍‌ କଲାମ ଦ୍ବୀପରୁ ବହୁ ଦୂରଗାମୀ ‘ଅଗ୍ନି-୫’ର ସଫଳ ପରୀକ୍ଷଣ ହୋଇଛି। ଏଥିସହିତ ଅନ୍ତଃମହାଦେଶୀୟ ଏଲିଟ୍‌ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଲବ୍‌ରେ ସାମିଲ୍‌ ହୋଇଛି ଭାରତ। ପୂର୍ବରୁ ଚୀନ, ଫ୍ରାନ୍ସ,…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଗ୍ରୀଡ ଅଫିସରେ ଅଗ୍ନିକାଣ୍ଡ: ଜଳିଗଲା ପାଓ୍ବାର ଟ୍ରାନ୍ସଫର୍ମର

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ନୂଆବଜାର ବିଦ୍ୟୁତ ଗ୍ରୀଡ ଷ୍ଟେସନରେ ଅଗ୍ନିକାଣ୍ଡ।୨.୫ ଏମଭିଏ ପାଓ୍ବାର ଟ୍ରାନ୍ସଫର୍ମର ହୁହୁ ହୋଇ ଜଳୁଛି। ଆଜି ସକାଳ୬ ଟା ସମୟରେ ଏକ ମାଙ୍କଡ଼ ଡେଇଁ ପଡିବା ପରେ ସଟ୍ ସର୍କିଟ ହୋଇଯାଇଥିଲା। ଆଉ ମାତ୍ର ନିମିଷକ ମଧ୍ୟରେ ପାଓ୍ବାର ଟ୍ରାନ୍ସଫର୍ମର ହୁହୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ପେଟ୍ରୋଲ ଢ଼ାଳି ଲଗାଇଲେ ନିଆଁ: କୋଡ଼ିଏ ଛେଳି ସହିତ ଚାରି ଗୋରୁ ଜୀବନ୍ତ ଦଗ୍ଧ

ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବଳବୁଦ୍ଧି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଘରେ ବିଳମ୍ବିତ ରାତିରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ। ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କୋଡ଼ିଏ ଛେଳି ସହିତ ଚାରି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଐତିହାସିକ ରାଇବଣିଆ ଦୁର୍ଗ ପ୍ରାଚୀରକୁ ଭାଙ୍ଗିଦେଲେ

ଜଳେଶ୍ୱର: ରାସ୍ତା ପାଇଁ ୧୨ ଶହ ବର୍ଷର ପୁରୁଣା ଐତିହାସିକ କୀର୍ତ୍ତିରାଜିକୁ ଭାଙ୍ଗିବାକୁ ପଶ୍ଚାତପଦ ହୋଇନି ଗ୍ରାମ୍ୟ ଉନ୍ନୟନ ବିଭାଗ। ବାରବାଟି ଦୁର୍ଗ ସମୟରେ ତିଆରି ହୋଇଥିବା ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ରାଇବଣିଆ ଦୁର୍ଗର ୩ଟି ସୁରକ୍ଷା ପ୍ରାଚୀରକୁ ଭାଙ୍ଗି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠର ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳର ଉଗ୍ରରୂପ ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ଶୁକ୍ରବାର ରାତିରେ ବାଲେଶ୍ୱର ସହରରେ ମୁହାଁମୁହିଁ ହୋଇଥିଲେ। ଆଜି ଗୋଟିଏ ଗୋଷ୍ଠୀର କିଛି ଯୁବକ ନୀଳଗିରି ଅଂଚଳକୁ ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର କିଛି ଯୁବକ ସେଠାକୁ ଯାଇ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ପରେ ନ୍ୟାୟିକ ଲଢ଼େଇର ଅନ୍ତ…ସରପଞ୍ଚ ପଦ ଫେରି ପାଇଲେ ସୀତାରାଣୀ

ଭୋଗରାଇ: ୪ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ସରପଞ୍ଚ ପ୍ରାର୍ଥୀ ପୁନଃଗଣତିରେ ୨ ଖଣ୍ଡ କମ୍‌ ଭୋଟ୍‌ରେ ପରାଜିତ ହୋଇଥିଲେ। ଫଳରେ ସେ ନ୍ୟାୟ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। ମଙ୍ଗଳବାର ମାମଲାର ରାୟ ଆସିଛି। ଯାହା ପରାଜିତ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବା ଜଣାପଡ଼ିଛି। ୨୦୨୨…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ପରିବାରକୁ ମିଳୁନି ଆବାସ ଟଙ୍କା; ବ୍ଲକ୍‌ରେ ଭୋଭୋ ହୋଇ କାନ୍ଦିଲେ

ଭୋଗରାଇ: ଜନ୍ମରୁ କାନକୁ ଶୁଭୁନି କି ଭଲରେ କଥା ମଧ୍ୟ କହିପାରୁ ନାହାଁନ୍ତି ଉଭୟ ସ୍ବାମୀ-ସ୍ତ୍ରୀ। ଦଇବ ଦାଉସାଧିଲା ପରି ଏକମାତ୍ର ପୁଅ ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ। ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଖଣ୍ଡେ ନଥିବାରୁ ବହୁ କାକୁତିମିନତି ପରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ…
ଅଧିକ ଖବର ଦେଖନ୍ତୁ...