ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଛାତ ଉପରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ଯୌତୁକଜନିତ ହତ୍ୟା ଅଭିଯୋଗ

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଜୟନଗର ଗାଁରେ ଘର ଛାତ ଉପରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।, ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଜୟନଗର ଗ୍ରାମର ଭଗୀରଥ ପରିଡ଼ାଙ୍କ ସ୍ତ୍ରୀ ମିଲି ପରିଡ଼ାଙ୍କ…
ଅଧିକ ଖବର ଦେଖନ୍ତୁ...

କାଁଶବାଂଶ ନଦୀରେ ବନ୍ୟା: ବକ୍ରେଶ୍ୱର ମନ୍ଦିର ସହ ୧୦ଟି ଗାଁର ଲୋକେ ଜଳବନ୍ଦୀ  

ସିମୁଳିଆ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ସିମୁଳିଆ ଓ ଖଇରା ବ୍ଲକରେ ବହୁ ଗାଁ ଜଳାର୍ଣ୍ଣବ ହେବା ସହ କିଛି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି। ସୂଚନାରୁ ପ୍ରକାଶ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ସିମୁଳିଆ ଓ ଖଇରା ବିଭିନ୍ନ ଗ୍ରାମ ବାଉରିପଦା, ନିଶ୍ଚନ୍ତା,…
ଅଧିକ ଖବର ଦେଖନ୍ତୁ...

ଶୁଦ୍ଧିକ୍ରିୟା ଘାଟରେ ଅଘଟଣ: ଗା‌ଧୋଇବା ବେଳେ ବୁଡ଼ିଗଲେ ୩ ଜଣ, ଜଣେ ମୃତ

ସିମୁଳିଆ: ଖୁଡ଼ିଙ୍କ ଦଶଦିନ ଶୁଦ୍ଧିକ୍ରିୟା ପାଇଁ ଗାଧୋଉଥିବା ବେଳେ ତିନି ଜଣ ପାଣିରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...

ବର୍ଷା ପରେ ଚିନ୍ତା ବଢ଼ାଇଲା ସମୁଦ୍ର ଜୁଆର: ୩ ହଜାର ଏକର ଧାନଜମିକୁ ମାଡ଼ିଗଲା ଲୁଣି ପାଣି

ବାହାନଗା: ଗୋଟିଏ ପଟେ ବର୍ଷା ପାଣି ଓ ଅନ୍ୟପଟେ ସମୁଦ୍ର ଜୁଆର ପାଣି ବାଲେଶ୍ବର ବାହାନଗା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି। ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବ୍ଲକ୍‌ର ଅନେକ ଗାଁ ପାଣିଘେରରେ ରହିଛି। ଲୋକମାନେ ଜଳବନ୍ଦି ଅବସ୍ଥାରେ ରହି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେପଟେ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ୪ଫୁଟର ପାଣି ଚାଲିଥିବାରୁ ଗମନାଗମନ ବାଧାପ୍ରାପ୍ତ

ବାଲେଶ୍ୱର/ଦଶରଥପୁର: ଆଜି ସକାଳୁ ବାଲେଶ୍ଵରରେ ବର୍ଷା ନଥିବା ସତ୍ତ୍ୱେ ଅନେକ ରାସ୍ତା ଉପରେ ପାଣିର ସୁଅ ଛୁଟିଛି। ବାଲେଶ୍ବର ସଦର ବ୍ଲକ କେଶରପୁର ମୁଖ୍ୟରାସ୍ତାର ବଇଁଚା ଠାରେ ରାସ୍ତା ଉପରେ ୪ଫୁଟର ପାଣି ଚାଲିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇ ହୋଇଛି। ଏହି ରାସ୍ତାରେ ଆଜି ସକାଳେ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ଅମ୍ବାଭୋନା/ସୋର: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଥାଉ କି, ଗୋବିନ୍ଦପୁର ଗ୍ରାମର କିଶୋରୀ ତିହିରିଆଙ୍କ ବିବାହିତା ଝିଅ ସୀତୟା ବାପଘରକୁ ଆସିଥିଲେ। ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ନିର୍ଭୀକ ଜନନେତା ଅରୁଣ ଦେଙ୍କ ଦ୍ବିତୀୟ ପୁଣ୍ୟତିଥି; ‘ନିଜକୁ କେବେ ଭିଆଇପି ଭାବୁନଥିଲେ ଅରୁଣ’

ବାଲେଶ୍ୱର: ଅରୁଣ ଦେ ଖାଲି ଜଣେ ଅସାଧାରଣ ବ୍ୟକ୍ତିତ୍ବ ନଥିଲେ, ଓଡ଼ିଶାର ବ୍ୟବସ୍ଥାପିକା ଇତିହାସରେ ଥିଲେ ଅନନ୍ୟ। ବିଜୁ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଜାନକୀ ପଟ୍ଟନାୟକଙ୍କ ସରକାରଙ୍କ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାରେ ତାଙ୍କର ପ୍ରତିନିଧିତ୍ବ ସବୁ​ ସମୟରେ ପ୍ରାସଙ୍ଗିକ ହୋଇ ରହିବ।…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ଘାରୁଛି ଜଳ ନିଷ୍କାସନ ଚିନ୍ତା; ପଶ୍ଚିମବଙ୍ଗର ବଳକା ବର୍ଷାପାଣିରେ ଉବୁଟୁବୁ ଭୋଗରାଇ

ଭୋଗରାଇ: ସୁବର୍ଣ୍ଣରେଖାର ବନ୍ୟାପାଣି ଭୋଗରାଇ ବ୍ଲକ୍‌ ଅଞ୍ଚଳର ଲୋକଙ୍କ ପାଇଁ ଯେତିକି କ୍ଷତିକାରକ ନୁହେଁ, ତା’ଠାରୁ ଅଧିକ କ୍ଷତିକାରକ ହେଉଛି ପଡ଼ୋଶୀ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି। ପ୍ରତିବର୍ଷ ପଶ୍ଚିମବଙ୍ଗର ବର୍ଷାପାଣିରେ ଭୋଗରାଇ ବ୍ଲକ୍‌ର ଦୁଇ ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହେବା…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଜୁଆର ଓ ପବନ ମାଡ଼ରେ ଟ୍ରଲରରେ ଯାନ୍ତ୍ରିକ ତ୍ରୁଟି, ପଶ୍ଚିମବଙ୍ଗରେ ୧୩ ଓଡ଼ିଆ ମତ୍ସ୍ୟଜୀବୀ ଉଦ୍ଧାର

ଚନ୍ଦନେଶ୍ୱର: ବାଲେଶ୍ୱରର କସାଫଳ ମୁହାଣରୁ ମାଛ ମାରିବାକୁ ବାହାରିଥିବା ମା ହିଙ୍ଗୁଳା ଟ୍ରଲର ୬ ଦିନ ପୂର୍ବରୁ ଅଗଭୀର ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ବାହାରିଥିବା ବେଳେ ମଙ୍ଗଳବାର ରାତିରେ ପ୍ରବଳ ଜୁଆର ଓ ପବନ ମାଡ଼ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଦୟପୁର ବେଳାଭୂମି ସଂଲଗ୍ନ ପଶ୍ଚିମବଙ୍ଗର…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ତାଳସାରୀ ବେଳାଭୂମିରେ କୂଳଖାଉଛି ସମୁଦ୍ର: ୩ ଗାଁ ସମେତ ୩ଟି ହୋଟେଲ ବିପଦ ଘେରରେ

ଚନ୍ଦନେଶ୍ୱର: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ମନୋରମ ବେଳାଭୂମି ତାଳସାରୀର ପଶ୍ଚିମପଟକୁ ସମୁଦ୍ରକୂଳ ଖାଉଛି। ଫଳରେ ସମୁଦ୍ରର ଉଚ୍ଚ ଜୁଆର ଆସି ସୁଉଚ୍ଚ ବାଲି ସମୁଦ୍ରସ୍ରୋତରେ ଭାସି ଯାଉଛି। ଏଥିଯୋଗୁ ୩ଟି ଗାଁ ଓ ବେଳାଭୂମିରେ ଥିବା ୩ଟି ହୋଟେଲ ବିପଦ ଘେରରେ ରହିଛି। ଗତ ୨ ଦିନ…
ଅଧିକ ଖବର ଦେଖନ୍ତୁ...