ହଳଦୀପଦା ନିକଟରେ ଦୁର୍ଘଟଣା:କେଣ୍ଟନର ପଛକୁ ପିଟିଲା ‌ସ୍କର୍ପିଓ: ଜଣେ ମୃତ, ୬ ଗୁରୁତର

ବାଲେଶ୍ୱର/ରୁପସା/ବାହାର୍ଦା: ପୁରୀରୁ ପଶ୍ଚିମବଙ୍ଗର କୋଲକାତାକୁ ଯାଉଥିବା ଏକ ସ୍କର୍ପିଓ  ସକାଳେ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍କୋର୍ପିଓଟି ଏକ କଣ୍ଟେନର ପଛକୁ ଧକ୍କା‌ ଦେବା ଫଳରେ ଗାଡ଼ିରେ ଥିବା ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ବସ୍ତା ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ; ପଶ୍ଚିମବଙ୍ଗର ନିରବ ଭୋରା, କନକ ଭୋରା, ବାଲାଜୀ ରାଜଦୂତ, ଭୂଷଣ ସିହ୍ନା, ମୀରା ବୋରା, ମହେନ୍ଦ୍ର ସିଂହ ଓ ସୀନା ବୋରା ଛତିଶଗଡ଼ ରାୟପୁରକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ସେମାନେ ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ କରି ‌େସ୍କାର୍ପିଓ (ସିଜି-୦୮-ୱାଇ-୯୦୦୧)ରେ ଘରକୁ ଫେରୁଥିଲେ। ତେବେ ଆଜି ଭୋର୍‌ ୬ଟା ସମୟରେ ପ୍ରବଳ କୁହୁଡ଼ି ହୋଇଥିବାରୁ ଦ୍ରୁତଗତିରେ ଯାଉଥିବା ‌େସ୍କାର୍ପିଓଟି ଜାତୀୟ ରାଜପଥର ହଳଦୀପଦା ନିକଟରେ ଛିଡ଼ା ହୋଇଥିବା ଏକ ୧୦ ଚକିଆ କଣ୍ଟେନର ପଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ନିରବଙ୍କ (୨୫)ଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟମାନେ ଆହତ ‌େହାଇଥିଲେ। ଖବର ପାଇ ଘଟଣାସ୍ଥଳରେ ବସ୍ତା ଥାନା ପୁଲିସ ଓ ଏନ୍‌ଏଚ୍‌ଏଆଇ ଆମ୍ବୁଲାନ୍ସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ବାଲେଶ୍ବର ମୁଖ୍ୟ ଡାକ୍ତରଖାନା ଭର୍ତି କରାଯାଇଥିବା ବେଳେ ବସ୍ତା ଥାନାରେ ୨୯/୧୮ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର