ଜମି ବିବାଦରୁ ୨ ପରିବାର ଭିତରେ ହଣାକଟା, ୬ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ବାଲିଆପାଲ: ଜମିବାଡିକୁ କେନ୍ଦ୍ରକରି ୨ଟି ପରିବାର ଭିତରେ ଗୁରୁବାର ହଣାକଟା ହୋଇଛି। ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ବୋଡାସ ଗ୍ରାମରେ ଆଜି ସକାଳୁ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ଶେଖ ହୁସେନ ଓ ଶେଖ୍‌ ରୁସେନ୍‌ଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବହୁ ଦିନରୁ ବାଦ ବିବାଦ ହୋଇ ଆସୁଥିଲା। ଆଜି ସକାଳୁ ଏହା ଉଗ୍ର ରୂପ ନେଇଥିଲା। ଶେଖ୍‌ ହୁସେନ, ରସିଦା ବିିବି, ଶେଖ୍‌ ହନୀ ଓ ରଖିମା ବିବିଙ୍କ ସହିତ ଶେଖ୍‌ ରୁସେନ୍‌ ଓ ମଜଦା ବିବିଙ୍କ ଉପରକୁ ଆକ୍ରମଣ କରିଥିଲେ। ଯବାବରେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୬ ଜଣଙ୍କୁ ବାଲିଆପାଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏମାନଙ୍କ ମଧ୍ୟରୁ ଶେଖ ହୁସେନ, ରସିଦା, ଶେଖ ହନୀ ଓ ରଖିମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛ।

ସମ୍ବନ୍ଧିତ ଖବର