ଗ୍ୟାସ ଟାଙ୍କି ଫାଟିବାରୁ ଚା ଦୋକାନି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ୱର: ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ ଶୁକ୍ରବାର ସକାଳୁ ବାଲେଶ୍ୱର ଜିଲ୍ଲା ବାସ୍ତା ଅଞ୍ଚଳରେ ଜଣେ ଚା ଦୋକାନୀ ଗରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସୋଲପଟା ବଜାର ଛକରେ ଗୌରାଙ୍ଗ ପ୍ରଧାନ(୪୫) ସକାଳୁ ଚା’ ବିକି ସାରି ଘରକୁ ଫେରିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ଗୌରାଙ୍ଗଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି।

ସୂଚନାଯୋଗ୍ୟ ଗୌରଙ୍ଗଙ୍କ ଘର ସଦର ବ୍ଲକ ଅନ୍ତର୍ଗତ କୁରାଡିହ ଗ୍ରାମପଞ୍ଚାୟତ ମଲ୍ଲିସାହି ହୋଇଥିବା ବେଳେ, ସେ ଛକ ନିକଟରେ ସେ ଚା ଦୋକାନ ଖୋଲି ପରିବାର ଚଳାଉଥିଲେ।

ସମ୍ବନ୍ଧିତ ଖବର