୩ ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍‌

ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଉଦ୍ୟମ ମାମଲା

ଜଳେଶ୍ୱର : କମର୍ଦ୍ଦା ଥାନା ଅଧୀନ ବାସୁଳିପାଟ ଗ୍ରାମରେ ଜନୈକ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ଓ ତାଙ୍କ ସମ୍ପର୍କୀୟ ମହିଳାଙ୍କୁ ଅସଦାଚରଣ ଉଦ୍ୟମ ମାମଲାର ରାୟ ପ୍ରକାଶ ପାଇଛି। ଜଳେଶ୍ୱର ସହକାରୀ ଦୌରା ଜଜ୍‌ ବିନୋଦ ବିହାରୀ ସାହୁ ମାମଲାର ବିଚାର କରି ୩ ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅଧିକ ୩ ମାସ କାରାଦଣ୍ଡ ଆଦେଶ ଦିଆଯାଇଛି। ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ନିତ୍ୟାନନ୍ଦ ମଲ୍ଲିକ ()୬୫), ସପନ କୁମାର ମଲ୍ଲିକ (୩୫) ଓ ତପନ କୁମାର ମଲ୍ଲିକ (୩୦)। ସେମାନେ ସମ୍ପର୍କରେ ବାପ ଓ ପୁଅ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ରାଧାଶ୍ୟାମ ଆଚାର୍ଯ୍ୟଙ୍କ ଅଭିଯୋଗମୂଳେ କମର୍ଦ୍ଦା ପୁଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲା। ଅଦାଲତରେ ୭ ବର୍ଷ ଧରି ମାମଲା ଚାଲିବା ସହ ୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ନିତ୍ୟଗୋପାଳ ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର