ବାଲେଶ୍ୱର: ଟ୍ରକ ମାଡ଼ିଯିବାରୁ ୨ଜଣ ଫୁଲ ବିକାଳିଙ୍କ ମୃତ୍ୟୁ

ବାଲେଶ୍ୱର: ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦାଣ୍ଡକାଳୀ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ଟ୍ରକ ମାଡ଼ି ଯିବାରୁ ୨ଜଣ ଫୁଲ ବିକାଳିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ୧୮ ନମ୍ବର ଜାତୀୟ ରାଜପଥର ସୁଢ଼ଲ ଗ୍ରାମର ଅମୟ ଦାସ(୪୦) ଓ ରାଜେଶ ଦାସ(୧୮) ରାସ୍ତା ଅତିକ୍ରମ କରି ଫୁଲ ବିକୁ ଥିବା ବେଳେ ଦ୍ରୁତ ଗତିରେ ଟ୍ରକ ଚଢ଼ି ଯାଇଥିଲା। ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ସୂଚନା ପାଇ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ପୁଲିସ ପହଞ୍ଚି ଥିଲେ। ଉତ୍ତେଜିତ ଲୋକଙ୍କୁ ଅଧିକାରୀମାନେ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର