ଚୋରି ବଳଦକୁ ଉଦ୍ଧାର କଲେ ଗ୍ରାମବାସୀ

ବାଲେଶ୍ୱର: ବାଲେଶ୍ୱର ସହରର ସୁନ୍‌ହଟଠାରେ ଆଜି ଭୋରୁ ଚୋରି ହୋଇ ଯାଉଥିବା ୪ଟି ବଳଦଙ୍କୁ ଉଦ୍ଧାର କରାଯାଇଛି। ରାତି ପ୍ରାୟ ସାଢ଼େ ୩ଟା ବେଳେ କିଛି ବ୍ୟକ୍ତି ଏହି ବଳଦମାନଙ୍କୁ ଗୋଡ଼ାଇ ନେଇ ଯାଉଥିବା ବେଳେ ସନ୍ଦେହରେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ। ଏଥିରେ ଦୁଇ ବ୍ୟକ୍ତି ଦୌଡ଼ି ପଳାଇଥିଲେ। କିଛି ସମୟ ପରେ ଅନ୍ୟ ଦୁଇ ବ୍ୟକ୍ତି ସେହି ବଳଦ ନେବାକୁ ଆସିଥିବା ବେଳେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ସେମାନଙ୍କୁ ଧରି ପୁଲିସ୍‌ ହାତରେ ଜିମା ଦେଇଥିଲେ। ଖବର ପାଇ ସେଠାରେ ଯୁବ ଓଡ଼ିଶା ସଂଗଠନର ବାଲେଶ୍ୱର ଜିଲ୍ଲା ସଭାପତି କ୍ରୀଷ୍ଣା ପ୍ରଧାନ ପହଞ୍ଚି ସଂଗଠନର ଅନ୍ୟ କର୍ମକର୍ତ୍ତାଙ୍କୁ ଯୋଗଯୋଗ କରିଥିଲେ। ଏନେଇ ଆଖପାଖ ଗାଁକୁ ଖବର ପଠାଇବାରୁ ଗବଗାଁ ଅଞ୍ଚଳରୁ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ନିଜର ବଳଦ ଚିହ୍ନଟ କରିଛନ୍ତି। ବଳଦ ନେଇ ଯାଉଥିବା ତସ୍କରମାନଙ୍କର ଏକ ବାଇକ୍‌କୁ ଲୋକେ ଅଟକ ରଖିଥିବା ଜଣାପଡ଼ିଛି। ବାଇକ୍‌ର ନମ୍ବର ଅସ୍ପଷ୍ଟ ଥିବାରୁ ସେନେଇ କିଛି ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର