ତ୍ରୁଟିପୂର୍ଣ୍ଣ ଚିକିତ୍ସାରେ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ ଚାପା ଉେତ୍ତଜନା, ପୁଲିସର ହସ୍ତକ୍ଷେପ

ସୋର: ବାଲେଶ୍ବର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଅଡଙ୍ଗବଜାରରେ ଥିବା ଏକ ଘରୋଇ କ୍ଲିନିକ୍‌ରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି। ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ପୁଲିସ ହସ୍ତକ୍ଷେପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ପ୍ରକାଶ ଥାଉକି ସୋର ଥାନା ଅଧୀନ ମହୁମୁହାଁଣ ପଞ୍ଚାୟତ ଅନ୍ତର୍ଗତ କାଳନ୍ଦୀପାଟଣା ଗ୍ରାମର ଗୌରାଙ୍ଗ ଦାସଙ୍କ ଝିଅ ସସ୍ମିତା(୨୦)ଙ୍କୁ ଦୁଇ ଦିନ ତଳୁ ଥଣ୍ତା ଜ୍ବର ସହ କାଶ ହୋଇଥିଲା। ଆଜି ପରିବାର ଲୋକେ ତାଙ୍କୁ ଅଡଙ୍ଗବଜାରରେ ଥିବା ଡ. ଶଶାଙ୍କ ଆଚାର୍ଯ୍ୟଙ୍କ ଘରୋଇ କ୍ଲିନିକ୍‌କୁ ଆଣିବା ପରେ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ୍ ଅନୁଯାୟୀ ଏକ ଇଞ୍ଜେକସନ୍ ଦେବାର ଅଳ୍ପ ସମୟ ପରେ ସସ୍ମିତା ସଂଜ୍ଞାହୀନ ହୋଇଥିଲା। ତତ୍‌କ୍ଷାଣାତ ତାଙ୍କୁ ସୋର ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଭୁଲ ଇଞ୍ଜେକସନ୍ ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗରେ ସସ୍ମିତାର ଶବକୁ ପୁଣି ଉକ୍ତ ଘରୋଇ କ୍ଲିନିକ୍‌ ସାମ୍ନାରେ ରଖି ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାର ଲୋକ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ କେସ୍‌ ନଂ ୨୨୮/୧୯ରେ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରଛି।

ସମ୍ବନ୍ଧିତ ଖବର