ବାଲିଯାତ୍ରା ପ୍ଲଟ ବିକ୍ରିକୁ ନେଇ ତେଜିଲା ବିବାଦ, ପକାଇଥିବା ଷ୍ଟଲ୍‌କୁ ଉଠାଇ ନେଇଛି ବାଲିଯାତ୍ରା ବ୍ୟବସାୟୀ ସଂଘ

କଟକ: ଆସନ୍ତା ୨୩ତାରିଖରେ ମହାନଦୀ ପଠାରେ ହେବାକୁ ଯାଉଥିବା ବାଲିଯାତ୍ରାକୁ ନେଇ ପୁଣି ବିବାଦ ଉପୁଜିଛି। ବାଲିଯାତ୍ରା ପଡ଼ିଆର ଜମି ଆବଣ୍ଟନରେ ପ୍ରଶାସନିକ ଅବହେଳା ଓ ମନମୁଖି କାରବାର ହେଉଥିବା ଅଭିଯୋଗ କରି ବାଲିଯାତ୍ରା ବ୍ୟବସାୟୀ ସଂଘ ଅସନ୍ତୋଷ ଜାହିର କରିଥିବା ବେଳେ ଶନିବାର ଷ୍ଟଲ୍‌ ପକାଇଥିବା ଟେଣ୍ଟଗୁଡ଼ିକୁ ଉଠାଇନେଇଛନ୍ତି। ଏନେଇ ପ୍ରଶାସନ ସହ କୌଣସି ପ୍ରକାର ଆଲୋଚନା ସମ୍ଭବ ନୁହଁ ଓ ବିଧାୟକ ହସ୍ତକ୍ଷେପ କଲେ ହିଁ ସଂଘ ଆଲୋଚନା କରିବ ବୋଲି ସ୍ପଷ୍ଟ କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ  ।

ସୂଚନାଯୋଗ୍ୟ, ବାଲିଯାତ୍ରାକୁ ଆଉ ୫ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ୪ ହଜାର ବର୍ଗଫୁଟ ଜମି ପାଇଁ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଅନ୍ୟପଟେ ନିୟମ ଅନୁସାରେ, ଭେଣ୍ଡରଙ୍କୁ ଆରମ୍ଭରୁ ପ୍ଲଟ ବଣ୍ଟନ କରାଯାଇଥିବା ବେଳେ ଶୁକ୍ରବାର ହଠାତ ଏକାଧିକ ପ୍ଲଟ ଦିଆଯିବ ନାହିଁ ବୋଲି ପ୍ରଶାସନ କହିବା ପରେ ଏହାକୁ ନେଇ ବାଲିଯାତ୍ରା ବ୍ୟବସାୟୀ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।  ବିବାଦରେ ବିଧାୟକ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସଂଘ ଦାବି କରିଛି  ।

 

 

 

 

ସମ୍ବନ୍ଧିତ ଖବର