ଅନୁଗୁଳ: ଆନ୍ଧ୍ର ବ୍ୟାଙ୍କରୁ ସଶସ୍ତ୍ର ଡକାୟତି

ଅନୁଗୁଳ: ଆଜି ଦିନ ପ୍ରାୟ ୧୧ଟା ବେଳେ ଅନୁଗୁଳ ଶଙ୍କର ସିନେମା ରୋଡ୍‌୍‌ରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ବ୍ୟାଙ୍କରେ ପଶି ସେଠାରେ ଟଙ୍କା ଡିପୋଜିଟ୍‌ କରିବାକୁ ଆସିଥିବା ଗ୍ରାହକମାନଙ୍କ ଠାରୁ ସମସ୍ତ ଟଙ୍କା ଛଡ଼ାଇ ନେବା ସହିତ ବ୍ୟାଙ୍କ୍‌ ଲୁଟ୍‌ କରିଥିଲେ। ପରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନଙ୍କୁ ବାହାରୁ ତାଲା ପକାଇ ଡକାୟତମାନେ ଫେରାର ହୋଇଯାଇଛନ୍ତି। ଡକାୟତମାନେ ବ୍ୟାଙ୍କରୁ କେତେ ଲୁଟ୍‌ କରିଛନ୍ତି, ଲୋକମାନଙ୍କ ଠାରୁ କେତେ ଛଡ଼ାଇ ନେଇଛନ୍ତି ତାହା ଜଣାପଡ଼ି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସ୍ୱାଭାବିକ ଭାବେ ଅନୁଗୁଳ ଶଙ୍କର ସିନେମା ରୋଡ୍‌୍‌ରେ ଥିବା ଆନ୍ଧ୍ର ବ୍ୟାଙ୍କ ଖୋଲିବା ମାତ୍ରେ ଗ୍ରାହକମାନଙ୍କର ଭିଡ଼ ଜମିଥିଲା। ତେବେ ବ୍ୟାଙ୍କ କାରବାର ଚାଲିଥିବା ବେଳେ ଦିନ ପ୍ରାୟ ୧୧ଟା ବେଳେ ସମୟରେ ୨ଟି ବାଇକରେ ୫ ଜଣ ଦୁର୍ବୃତ୍ତ ଆସି ବ୍ୟାଙ୍କ ଭିତରେ ପଶିବା ସହିତ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକମାନଙ୍କୁ ଭୟଭିତ କରିଥିଲେ ଓ ଗ୍ରାହକମାନଙ୍କ ପାଖରେ ଥିବା ସମସ୍ତ ଟଙ୍କା ଛଡ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର