ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଡକାୟତି : ୭୦ ହଜାର ଟଙ୍କା ଓ ୨ଶହ ପ୍ୟାକେଟ ସୁନା ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ: ନୟାଗଡ ଜିଲ୍ଲା ରଣପୁରରେ  ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ୬୦ରୁ ୭୦ ହାଜାର ଟଙ୍କା ଓ ୨ଶହ ପ୍ୟାକେଟ ସୁନା ଲୁଟ ନେଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ରଣପୁର ପୋଇଲାମା ଛକସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଆଜି ଅପରାହ୍ନ ପ୍ରାୟ ୧ଟାରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସିଥିଲେ। ଦୁଇଜଣ ବାଇକ୍‌ ପାଖରେ ଛିଡା ହୋଇଥିବା ବେଳେ ଜଣେ ବ୍ୟାଙ୍କ ଦ୍ୱାର ପାଖରେ ରହିବା ପରେ ଓ ଅନ୍ୟ ଦୁଇଜଣ ବ୍ୟାଙ୍କ ଭିତରେ ପଶିଥିଲେ। ପ୍ରଥମେ ସେମାନେ ବ୍ୟାଙ୍କ ଭିତରେ ଥିବା କର୍ମଚାରୀଙ୍କୁ ଗ୍ରାହକଙ୍କୁ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭୟଭୀତ କରାଇ ଏକ କୋଠରୀରେ ବନ୍ଦ କରିବା ସହିତ ବାହାର ପଟୁ ତାଲା ପକାଇ ଦେଇଥିଲେ। ଏହାପରେ ବ୍ୟାଙ୍କରୁ ୬୦ରୁ ୭୦ ହଜାର ଟଙ୍କା ଲୁଟିବା ସହିତ ଗ୍ରାହକମାନଙ୍କର ବ୍ୟାଙ୍କରେ ବନ୍ଧା ଥିବା ୨ଶହ ସୁନା ପ୍ୟାକେଟ ଲୁଟି ନେଇ ଫେରାର ହୋଇଯାଇଥିବା ଖବର ମିଳିଛି। ଏହି ଲୁଟ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର