ଆସନ୍ତାକାଲି ବନ୍ଦ ରହିବ ବରଗଡ଼

ବରଗଡ଼: ଆସନ୍ତାକାଲି ବରଗଡ଼ ବନ୍ଦ ଡକରା ନେଇ ନାଗରିକ ଏକତା ମଞ୍ଚ ପକ୍ଷରୁ ଆହ୍ଵାନ ଦିଆଯାଇଛି। ଏହାର ପ୍ରଭାବରେ ସହର ସମସ୍ତ ଦୋକାନ ବଜାର ଓ ସହର ଭିତରୁ ବସ ଚଳାଚଳ ବନ୍ଦ ରହିବ। ଏଥିସହିତ ପରୀକ୍ଷାର୍ଥୀ ରୋଗୀ ଓ ବାହାଘରକୁ ଏଥିରୁ ବାଦ ଦିଆଯାଇଛି। ବିକ୍ଷୋଭକାରୀ ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆଜି ଚେତାବନୀ ଦେଇଛନ୍ତିି ।

ବରଗଡରେ ସିଟି ହସପିଟାଲ ଦାବିରେ ଆଜି ସ୍ଥାନୀୟ ଲୋକମାନେ ମୁଖ୍ୟ ହସପିଟାଲ ସାମ୍ନାରେ ବସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପୂର୍ବରୁ ଧାରଣାସ୍ଥଳରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ହେଲେ ଆଲୋଚନା ବିଫଳ ହୋଇଥିଲା । ବିକ୍ଷୋଭକାରୀଙ୍କ କହିବା ମୁତାବକ ଯେ ପର୍ଯ୍ୟନ୍ତ ସହରରେ ସିଟି ହସ୍ପିଟାଲ ନେଇ ଘୋଷଣା କରାଯିବ ନାହିଁ ସେ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସହରବାସୀ ଆଜି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର