୧୦ ଦାଦନ ଶ୍ରମିକ ଉଦ୍ଧାର:୨ ଦଲାଲ ସହିତ ଡ୍ରାଇଭର ଅଟକ

ଖପ୍ରାଖୋଲ: ବରଗଡ଼ ଜିଲ୍ଲା ଅଞ୍ଚଳର କେତେକ ଶ୍ରମିକ ଆଜି ଏକ ୪୦୭ ଗାଡିରେ ଦାଦନ ଖଟିବାକୁ ଯାଉଥିବା ବେଳେ ଖପ୍ରାଖୋଲଠାରେ ପୁଲିସ ଦ୍ବାରା ଉଦ୍ଧାର ହୋଇଛନ୍ତି। ଏଥିରେ ସଂପୃକ୍ତ ଦୁଇ ଜଣ ଦଲାଲ ସହିତ ୪୦୭ ଗାଡିର ଡ୍ରାଇଭରକୁ ଖପ୍ରାଖୋଲ ପୁଲିସ ଅଟକ ରଖିଛି। ସୂଚନାରୁ ପ୍ରକାଶ ଯେ ବରଗଡ ଟାଉନ ଥାନା ଅନ୍ତର୍ଗତ ଡଙ୍ଗର୍ଲା ଗ୍ରାମର କୈଳାସ ଭୋଇ(୪୪), ଜଙ୍ଗଲୁ ଭୋଇ(୩୫), ରାଜୁ ନାଏକ(୫୦), କବିତା ଭୋଇ(୩୫), ସୁତେ ନାଏକ(୩୫), ଅର୍ଚ୍ଚନା ନାଏକ(୧୯), ସନ୍ତୋଷିନୀ ନାଏକ(୪୫), ଜୟନ୍ତ ନାଏକ(୧୯)ଙ୍କ ସହିତ ଭେଡେନ ଥାନା ଅନ୍ତର୍ଗତ ଅଇଁଲାପାଲି ଗ୍ରାମର ଭୀଷ୍ମରାମ ନାଏକ(୫୦), ଚାରୁଶ୍ରୀ ନାଏକ(୪୫) ପ୍ରମୁଖ ୧୦ ଜଣ ପୁରୁଷ ଓ ମହିଳା ଶ୍ରମିକ ଏକ ୪୦୭ ଗାଡି (ନଂ. ଓଆର‌୍‌୦୩ଇ -୫୧୦୦)ରେ ଲାଠୋର ପଟକୁ ଯାଉଥିବା ବେଳେ ପେଟ୍ରୋଲି˚ କରୁଥିବା ଖପ୍ରାଖୋଲ ପୁଲିସ ଗାଡିକୁ ପିଛା କରି ଧରିଥିଲା। ସେମାନଙ୍କୁ ଖପ୍ରାଖୋଲ ଥାନାକୁ ଅଣାଯାଇ ପଚରା ଉଚରା କରିବା ବେଳେ ଦାଦନ ସର୍ଦ୍ଦାର ଠାରୁ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିବାକୁ ଯାଉଥିଲେ ବୋଲି କହିଥିଲେ। ଏମାନଙ୍କ ସହ ଆଗଲପୁର ବ୍ଲକ ବୁର୍ଡୁଲା ଗ୍ରାମର ଦାଦନ ଦଲାଲ ବାହାଦୁର ତାଣ୍ତି(୫୦)ଏବ˚ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କପସିପାଲି ଗ୍ରାମର ଦଲାଲ ମ˚ଚନ ନିଆଲ ଗାଡିରେ ଥିଲେ। ଏମାନେ ଲାଠୋରରୁ ଟ୍ରେନ ଯୋଗେ ଯାଇଥାନ୍ତେ ବୋଲି ଉଦ୍ଧାର ଶ୍ରମିକମାନେ ପୁଲିସ ନିକଟରେ ସ୍ବୀକାର କରିଥିଲେ। ଖପ୍ରାଖୋଲ ଥାନା ଏଏସ୍‌ଆଇ ରାମକୁମାର ଧରୁଆଙ୍କ ସହିତ କନେଷ୍ଟବଳ ସୁଶାନ୍ତ ପରିଡା, ଗୋବିନ୍ଦ ନାଏକ, ରାଜୁ ଗୌଡ, ଫାଲଗୁନୀ ବେହେରା ପ୍ରମୁଖ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଶ୍ରମିକଙ୍କୁ ପୁଲିସ ଗାଡି ଯୋଗେ ତାଙ୍କ ଗାଁକୁ ପଠାଇ ଦେଇଥିବା ଜଣାପଡ଼ିଛି। ଦୁଇ ଦଲାଲ ସହିତ ଗାଡିର ଡ୍ରାଇଭର ସ୍ଥାନୀୟ କପସିପାଲି ଗ୍ରାମର ପୂର୍ଣ୍ଣ ପୁଞ୍ଜିକୁ ପୁଲିସ ଥାନାରେ ଅଟକ ରଖିଛି। ଏ ନେଇ କେସ ନ˚ ୧୦୫ ରେ ଏକ ମାମଲା ରୁଜୁ କରାଯାଇଛି। ଏମାନଙ୍କୁ ଖୁବ ଶୀଘ୍ର ଚାଲାଣ କରାଯିବ ବୋଲି ଖପ୍ରାଖୋଲ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର