ବୀମାରୁ ବଂଚିତ ଶହେ ଚାଷୀ:ସମବାୟ କାର୍ଯ୍ୟାଳୟରେ ତାଲା

ବରଗଡ଼/ପଦ୍ମପୁର: ୨୦୧୭ ଖରିଫ ବୀମା ପ୍ରଦାନରେ ସୃଷ୍ଟି ହୋଇଥିବା ବିଭ୍ରାଟ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରି ଦେଇଛି। ବୀମା କମ୍ପାନି କ୍ରପ୍‌ କଟିଂ ରିପୋର୍ଟକୁ ନଜରଅନ୍ଦାଜ କରି ଏକଚାଟିଆ ଭାବେ ଟଙ୍କା ବାଣ୍ଟିବାକୁ ଯୋଜନା କରିଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ବାରମ୍ବାର ଆନ୍ଦୋଳନ ଏବଂ ଉଚ୍ଚସ୍ତରୀୟ ବୈଠକ ପରେ ବି ଚାଷୀଙ୍କୁ ଧାର୍ଯ୍ୟ ବୀମାରାଶି ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଚାଷୀମାନେ ଉଗ୍ରହୋଇ ପସଲଦା ସମବାୟ ସମିତି କାର୍ଯ୍ୟାଳୟରେ ଗୁରୁବାର ସଂଧ୍ୟାରେ ତାଲା ଠୁଙ୍କିଛନ୍ତି। ବୀମା ବିଭ୍ରାଟ ଦୂର ନହେବା ଯାଏଁ ତାଲା ଖୋଲିବୁ ନାହିଁ ବୋଲି ଚାଷୀମାନେ ଜିଦ୍‌ ଧରିଛନ୍ତି।

ଚାଷୀଙ୍କ ଅଭିଯୋଗ ହେଲା, ପଲସଦା ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ରାଶି ମିଳିବା ନେଇ ସମ୍ବଲପୁର ସମବାୟ ବ୍ୟାଙ୍କ ପାଖରେ ନଥିପତ୍ର ନାହିଁ। ତେଣୁ ପ୍ରାୟ ଶହେ ଚାଷୀ ବୀମାରୁ ବଂଚିତ ହେବା ଆଶଂକା ରହିଛି। ଏହାବାଦ ହେକ୍ଟର ପିଛା ୪୦,୦୧୧ ଟଙ୍କା ଧାର୍ଯ୍ୟ ବୀମା ରାଶି ମିଳିବା ଆଶଙ୍କା କ୍ଷୀଣ। ତେଣୁ ଧାର୍ଯ୍ୟ ବୀମା ରାଶି ନମିଳିବା ଯାଏଁ ସମବାୟ କାର୍ଯ୍ୟାଳୟରେ ଚାଷୀମାନେ ତାଲା ମାରିଛନ୍ତି। ପାଇକମାଳ ସମବାୟ ବ୍ୟାଙ୍କ ପ୍ରବନ୍ଧକ ଆସି ଅନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ ହେଁ କିଛି ସୁଫଳ ମିଳିନଥିଲା।

ସମ୍ବନ୍ଧିତ ଖବର