ସୋହେଲାରେ ତିରିଶ ରାଉଣ୍ଡ ଗୁଳି, ୪ ଗୁରୁତର

ବରଗଡ଼ : ବିଜେପୁରରେ ଉପନିର୍ବାଚନ ପାଇଁ ସମଗ୍ର ଅଞ୍ଚଳ ପୁଲିସ ଛାଉଣୀରେ ପରିଣତ ହୋଇଥିବା ବେଳେ ଏହାର ପଡ଼ୋଶୀ ସୋହେଲା ଅଞ୍ଚଳରେ ଆଜି ମଧ୍ୟରାତ୍ରିରେ ଗୁଳିକାଣ୍ଡ ଘଟିଛି। ସୋହେଲା ଥାନା ଅନ୍ତର୍ଗତ ଲେଖାପଥର ଗାଁରେ ରାତି ସାଢ଼େ ଗୋଟାଏ ବେଳେ ପ୍ରାୟ ୩୦ ରାଉଣ୍ଡ ଗୁଳି ଫୁଟିଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅନ୍ୟୂନ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ରାତି ୨ଟା ବେଳେ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଖୋକା ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ। ଗୁରୁବାର ବିଜେପୁର ଉପନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର