ଜବତ ହେଲା ୪ ହଜାର ଡେଟୋନେଟର୍‌

ବରଗଡ଼/ଅମ୍ବାଭୋନା : ଛତିଶଗଡ଼ ରାଜ୍ୟ ତଥା ବରଗଡ଼ ଜିଲ୍ଲା ସଂଲଗ୍ନ ସାରଂଗଗଡ଼ ଥାନା ଅଂଚଳରେ କ୍ରାଇମ ବ୍ରାଞ୍ଚ ପୁଲିସ୍‌ ବ୍ୟାପକ ବିସ୍ଫୋରକ ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ରାସ୍ତା ବ୍ଲକିଂ କରିବା ବେଳେ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ହାବୁଡ଼ରେ ପଡ଼ିଥିଲା। ଏଥିରୁ ୨ଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭର୍ତି ଥିବା ୪ହଜାର ଡେଟୋନେଟର, ୪ବଣ୍ଡଲ ବିସ୍ଫୋରକ ତାର, ୧୨୦ କାର୍ଟୁନ ନିୟୋଜେଲ୍‌ ବୋତଲ ଜବତ ହୋଇଛି। ଏହି ବିସ୍ଫୋରକ ଚାଲାଣ ଅଭିଯୋଗରେ ଛତିଶଗଡ଼ର ପ୍ରକାଶ ଅଗ୍ରଓ୍ଵାଲ, କ୍ଷୀରସାଗର ନେତାମ, ବେଦରାମ ସାହୁକୁ ପୁଲିସ୍‌ ଗିରଫ କରିଛି। ବିପୁଳ ବିସ୍ଫୋରକ ତକ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଯାଉଥିବା ସେଠାକାର ପୁଲିସ୍‌ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର