ଏଏନ୍‌ଏମ୍‌ଙ୍କ କାର୍ଯ୍ୟବନ୍ଦ ଚେତାବନୀ

ବରଗଡ଼: ବିଭିନ୍ନ ଦାବି ନେଇ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ (ଏଏନ୍‌ଏମ୍‌) ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସଂଘର ୬ଟି ପ୍ରମୁଖ ଦାବି ରହିଛି। ପ୍ରତି ଏଏନ୍‌ଏମ୍‌ଙ୍କୁ ନିଜ କାର୍ଯ୍ୟକାଳ ଭିତରେ ୪ଟି ପଦୋନ୍ନତି, ୨୪ଶହ ଟଙ୍କା ଗ୍ରେଡ୍‌ ପେ’ରେ ଦରମା, ୬ ବର୍ଷ ଧରି ସ୍ୱାସ୍ଥ୍ୟ ମିସନରେ କାର୍ଯ୍ୟ କରିଥିବା ଏଏନ୍‌ଏମ୍‌ଙ୍କୁ ସ୍ଥାୟୀ ନିଯୁକ୍ତି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବେତନ କମିସନ ଲାଗୁ ପାଇଁ ସଂଘ ଦାବି କରିଛି। ଆଗାମୀ ୧୦ଦିନ ଭିତରେ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ। ଏନେଇ ସଂଘର ସଭାପତି ମୀନତି ନାୟକ, ସଂପାଦିକା ମମତା ନାୟକଙ୍କ ନେତୃତ୍ୱରେ ଏଏନ୍‌ଏମ୍‌ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର