ବିଜୁ ଏକ୍ସପ୍ରେସ  ଓ୍ଵ କାମ ୪ ମାସ ହେଲା ବନ୍ଦ:ଲୋକେ ହନ୍ତସନ୍ତ

ପାଇକମାଲ: ପାଇକମାଲର ସାଲେପାଲିରୁ ନୂଆପଡ଼ା ପଯ୍ୟର୍ନ୍ତ ବିଜୁ ଏକ୍ସପ୍ରେସ େଓ୍ଵ ଯୋଜନା କାମ ପ୍ରାୟ ୪ ମାସ ହେଲା ବନ୍ଦ ରହିଛି। ଫଳରେ ପାଇକମାଲ ହାଟପଦା ପାଖରେ ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଯାତାୟାତରେ ଲୋକେ ଓ ଯାନବାହନ ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଖରାପ ରାସ୍ତା ଯୋଗୁଁ ବନ ଯାନ ତ ଦୂରର କଥା, ବାଇକ୍‌ ଓ ସାଇକଲ ଚଳାଇ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଥିବା ଲୋକେ କହିଛନ୍ତି। ଅଭିଯୋଗ ଅନୁସାରେ ଜଗଦଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌  ଓ୍ଵର ସାଲେପାଲିରୁ ନୂଆପଡ଼ା ପର୍ଯ୍ୟନ୍ତ ୪୦ କି.ମି. ରାସ୍ତା କାମକୁ ଠିକାଦାର ବଣ୍ଟି ଅଗ୍ରଓ୍ଵାଲ ଦୁଇଟି ପର୍ଯ୍ୟାୟରେ କରୁଥିଲେ।

ମାତ୍ର ସେ ଟିଡିଆର୍‌ ଦୁର୍ନୀତିରେ ଧରାପଡ଼ି ଜେଲ୍‌ ଯିବା ପରେ ୪ ମାସରୁ ଅଧିକ ସମୟ ହେଲା ଉକ୍ତ କାମ ବନ୍ଦ ରହିଛି। ରାସ୍ତାରେ ଛୋଟ ବଡ଼ ଅନେକ ପୋଲ କାମ ଅଧା ଅଧୁରା ହୋଇ ପଡ଼ି ରହିଥିବାରୁ ବାଧ୍ୟ ହୋଇ ଗାଡ଼ିଗୁଡ଼ିକ ଡାଇଭର୍ସନ୍‌ ରୋଡ୍‌ କିମ୍ବା ବାଇପାସ୍‌ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ଏହା ସହ ହାଟପଦା ନିକଟରେ ଖମା ସୃଷ୍ଟି ହେବା ସହ ଅଧପନ୍ତରିଆ ରାସ୍ତା ଯୋଗୁଁ ପ୍ରବଳ ଧୂଳି ଉଡୁଥିବାରୁ ଅଂଚଳବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯାନବାହନଗୁଡ଼ିକ ବି ଯାତାୟାତ ବେଳେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର