ବାର୍‌ରେ ରକ୍ତାକ୍ତ ସଂଘର୍ଷ:ବିୟର ବୋତଲ ମାଡ଼, ଜଣେ ଗୁରୁତର

ବରଗଡ଼: ସହରର ପ୍ରତିଷ୍ଠିତ ଗୋଟିଏ ହୋଟେଲର ବାର୍‌ ଭିତରେ ରକ୍ତାକ୍ତ ସଂଘର୍ଷ ଘଟିଛି। ବିୟର ବୋତଲ ମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ନାମ ରାଜକୁମାର ନାଗ। ଘର ଓ୍ଵାର୍ଡ ନମ୍ବର ୧୬ ଡ୍ୟାମ୍‌ କଲୋନିରେ। ରାଜକୁମାର ଏବଂ ତାଙ୍କ ବନ୍ଧୁ ଉକ୍ତ ବାର୍‌ରେ ଥିବା ବେଳେ ପାଖ ଟେବୁଲରେ ଆଉ କିଛି ଯୁବକ ବସିଥିଲେ। ସଂପୃକ୍ତ ଯୁବକମାନେ ବଡ଼ ପାଟିରେ ଅସଭ୍ୟ ଭାଷାରେ କଥାବାର୍ତା କରୁଥିଲେ। ଏହାକୁ ରାଜକୁମାର ଏବଂ ତାଙ୍କ ବନ୍ଧୁ ବିରୋଧ କରିଥିଲେ। ଫଳରେ ଜଣେ ଗୋଟିଏ ବିୟର ବୋତଲ ଫୋପାଡ଼ି ଥିଲା। ଆଉ ଜଣେ ଯୁବକ ରାଜକୁମାରଙ୍କ ମୁଣ୍ଡରେ ବିୟର ବୋତଲ ମାଡ଼ କରିଥିଲା। ଏଥିରେ ତାଙ୍କ କପାଳରେ ଗଭୀର ଆଘାତ ଲାଗିଥିଲା। ବାର୍‌ ଭିତରେ ରକ୍ତ ଖେଳି ଯାଇଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ଥାନାକୁ ଆଣିଛି। ତେବେ ଏନେଇ ପୁଲିସ୍‌ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର