ପର୍ଯ୍ୟବେକ୍ଷକଙ୍କ ଦମ୍‌: ପ୍ରଚାର ଗାଡ଼ି ଅଟକ, ଧର୍ମେନ୍ଦ୍ରଙ୍କ ପୋଷ୍ଟର କାଢ଼ିଲେ

: ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଅଭିଷେକ ଚନ୍ଦ୍ରା ଏବଂ ସୁନୀଲ ଯାଦବ ମୁତୟନ ଅଛନ୍ତି। ରବିବାର ରାତି ପ୍ରାୟ ୮ଟା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଜାରିଂ ଅଭିମୁଖେ ଯାଉଥିଲେ। ଜାରିଂ ପୂର୍ବରୁ ଥିବା ପେଟ୍ରୋଲ ପମ୍ପ ନିକଟରେ ଦୁଇ ପର୍ଯ୍ୟବେକ୍ଷକ ସେମାନଙ୍କ ବାଟ ଓଗାଳିଥିଲେ। ଶ୍ରୀ ପ୍ରଧାନଙ୍କ ଗାଡ଼ିକୁ ଛାଡ଼ି ଦେଇଥିବା ବେଳେ ଅନ୍ୟ କିଛି ଗାଡ଼ିକୁ ଅଟକ ରଖିଥିଲେ। ପରେ ଗାଡ଼ିଗୁଡିକୁ ଛାଡ଼ି ଦିଆଯାଇଥିଲା। ଏହା ପୂର୍ବରୁ ଗୁଦେରପାଲି ଠାରେ ଧର୍ମେନ୍ଦ୍ରଙ୍କ ପ୍ରଚାର ସଭା ପୂର୍ବରୁ ଦୁଇ ପର୍ଯ୍ୟବେକ୍ଷକ ପହଂଚି ଯାଇଥିଲେ।

ଗାଁ ଭିତରକୁ ପଶୁଥିବା କିଛି ପ୍ରଚାର ଗାଡ଼ିକୁ ଅଟକ ରଖିଥିଲେ। ମାଲିକମାନେ କାଗଜପତ୍ର ଦାଖଲ କରିବା ପରେ ଛାଡ଼ିଥିଲେ। ଏହି ସମୟରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଆସୁଥିଲା। ଆଗରେ ଥିବା ଗାଡ଼ିଗୁଡ଼ିକ ଅଟକି ଥିବାରୁ ଶ୍ରୀ ସିଂହଦେଓ ଓହ୍ଲାଇ ପର୍ଯ୍ୟବେକ୍ଷକ ଦ୍ୱୟଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ପର୍ଯ୍ୟବେକ୍ଷକ ଦ୍ୱୟ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ଦେଇଥିଲେ। ଏହା ପରେ ଶ୍ରୀ ସିଂହଦେଓ ସଭାସ୍ଥଳ ଅଭିମୁଖେ ଯାଇଥିଲେ। ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ଆଗମନ ପାଇଁ ବିଜେପୁରରୁ ଗୁଦେରପାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଫ୍ଲେକ୍ସ ଏବଂ ଦଳୀୟ ପତାକା ଲାଗିଥିଲା। କିନ୍ତୁ ପର୍ଯ୍ୟବେକ୍ଷକ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଫ୍ଲେକ୍ସ ସବୁ କାଢ଼ି ନିଆଯାଇଥିଲା। ବିଭିନ୍ନ ସ୍ଥାନରୁ ବିଜେଡି ଏବଂ ବିଜେପିର ବ୍ୟାନର ମଧ୍ୟ ଓହ୍ଲାଇ ଦିଆଯାଇଥିଲା। ବାଦପାଲି ଛକ ନିକଟରେ ଫ୍ଲେକ୍ସ କାଢ଼ିବାକୁ ନେଇ ଅଧିକାରୀ ଏବଂ କର୍ମୀଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। ସେହିପରି ଅବୈଧ ମାଦକ ଦ୍ରବ୍ୟ ଏବଂ ଟଙ୍କା ଚାଲାଣ ରୋକିବା ପାଇଁ ୨୧ଟି ସ୍ଥାନରେ ଚେକିଂ ପୋଷ୍ଟ ଖୋଲା ଯାଇଛି।
୧୩ରେ ଆସିବେ ଗଙ୍ଗଓ୍ଵାର୍‌
ବରଗଡ଼,୧୧|୨(ଇମିସ): ଆସନ୍ତା ୧୩ ତାରିଖ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ବିଜେପୁର ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରଚାର ଆରମ୍ଭ କରିବେ। ବିଜେପୁର ବ୍ଲକ ଜାଲପାଲି, ବୈରଗପାଲି ଏବଂ ବରପାଲି ବ୍ଲକର ମେହେରପଡ଼ା ଓ ବନ୍ଧପାଲିରେ ସେ ରାଜନୈତିକ ସଭା କରିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର