ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ମହମବତି ଶୋଭାଯାତ୍ରା

ସୋହେଲା: ଗତ ଜାନୁଆରି ୧୦ ତାରିଖରେ ଜମ୍ମୁ କଶ୍ମୀର କଠୁଆର ୮ ବର୍ଷିଆ ନାବାଳିକା ଗଣବଳତ୍କାର ପରେ ହତ୍ୟା ଘଟଣାର ଅଭିଯୁକ୍ତକୁ ଫାଶୀ ଦାବିରେ ସୋହେଲା ଯୁବ ସମାଜ ତରଫରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସୁବ୍ରତ ବେହେରା ଓ କେଶବ ମାଝୀଙ୍କ ନେତୃତ୍ୱରେ ଶତାଧିକ ଯୁବକ ସ୍ଥାନୀୟ ଦୁର୍ଗାମନ୍ଦିରରେ ଏକତ୍ରିତ ହୋଇ ସହର ପରିକ୍ରମା କରିଥିଲେ। ଅନିଲ ପଧାନ, ହିରୋ ମାଝୀ, ବାବୁଲୁ ଦେବତା, ନିଲୁ ଝାଙ୍କର, ଆକାଶ ପଣ୍ଡା, ଉଦ୍ଧବ ଘୁସି, ନରେଶ ମହାପାତ୍ର, ଟିଙ୍କୁ ମାନେକ, ମନୋଜ ବାଗ, ଗୋପାଲ ପଧାନ, ସୂରଜ ଗଡତିଆ, କିରନମୟ ସାହୁ, ଶିବୁନ ବେହେରା, ଗୋପାଲ ବାଙ୍କ, ରାଜେଶ ପଧାନ, ରଂଜନ ଭୁଏ, ପ୍ରୀୟବ୍ରତ ଦେବତା, ପାରୋ ଅଗ୍ରଓ୍ଵାଲ. ସୁରେଶ ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର