ଘର ବଗିଚାରୁ ଚନ୍ଦନ ଗଛ ଚୋରି

ଭେଡେନ: ବରଗଡ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ଭେଡ଼େନ ଗ୍ରାମ ନିବାସୀ ବାବା ସିଦ୍ଧେଶ୍ବର ମନ୍ଦିରର ପୂଜକ ସମଲେଇ ଦେହୁରୀଙ୍କ ବଗିଚାରୁ ଏକ ଚନ୍ଦନ ଗଛ ଚୋରି ହୋଇଯାଇଥିବା ଜଣାପଡ଼ିଛି। ଶ୍ରୀ ଦେହୁରୀଙ୍କ ଘର ପଛ ପଟେ ଥିବା ବଗିଚାରୁ ଗୁରୁବାର ବିଳମ୍ବିତ ରାତିରେ ଚୋରମାନେ କରତ ଯୋଗେ ଗଛଟିକୁ କାଟି ନେଇ ଯାଇଥିବା ବେଳେ ସକାଳେ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏ ନେଇ ଶ୍ରୀ ଦେହୁରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗଛଟିର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଅଧିକ ହେବ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଦିନକୁ ଦିନ ଭେଡ଼େନ ଅଞ୍ଚଳରେ ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଚାଲିଥିବାରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଶୀଘ୍ର ଚୋରମାନଙ୍କୁ ଠାବ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର