ସିନେ ତାରକାଙ୍କ ପ୍ରଚାର

ବିଜେଡିର ବରିଷ୍ଠ ନେତାଙ୍କ ପ୍ରଚାର: ଗଡ଼ରକ୍ଷା ପାଇଁ କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ

ବରଗଡ଼/ବିଜେପୁର: ବିଜେପି ସିନେ ତାରକ ମିହିର ଦାସ, ମହେଶ୍ୱତା ରାୟ, ଅନୁ ଚୌଧୁରୀ, ହରିହର ମହାପାତ୍ର ଏବଂ ଗୀତିକାର ପଞ୍ଚାନନ ନାୟକଙ୍କୁ ନେଇ ପ୍ରଚାର ଆଗେଇଛି। ମିହିର ଦାସ ବରପାଲି ବ୍ଲକ ଚାରବଙ୍ଗଳା ଛକରୁ ଧାଙ୍ଗେରପାଲି, କଦଳୀମୁଣ୍ଡା, ତିନିକାନି, ତେତେଲପାଲି, ଆଗଲପୁର, କେୱାର୍ଡରେ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ନେଇ ରୋଡ୍‌ ସୋ’ କରିଥିଲେ। ମହେଶ୍ୱତା ରାୟ ବିଜେପୁର ବ୍ଲକ ମାନପୁର, ସମଲେଇପଦର, ମନୋହରପାଲି, ଏମ୍‌୍‌ ଗଣ୍ଡପାଲି, ବାଉଁଶପୁଲା, ଗୁଡ଼ିମୁଣ୍ଡା, କଳଙ୍ଗପାଲି, ଚାରପାଲି, କର୍ଲେ ଓ ପଡ଼ା ଗ୍ରାମରେ ପ୍ରଚାର କରିଥିଲେ। ହରିହର ମହାପାତ୍ର ବିଜେପୁର ବ୍ଲକ ସାଇପାଲି, ଫୁଟୁକା, ବରକାନୀ, ଗଣ୍ଠିଆପାଲି, କଣ୍ଟାପାଲି, ବଡ଼ବ୍ରାହ୍ମଣୀ, ଟେଙ୍ଗେରା ପ୍ରଚାର କରି ଭୋଟ୍‌ ନିବେଦନ କରିଥିଲେ। ଅଭିନେତ୍ରୀ ଅନୁ ଚୌଧୁରୀ ଦଳୀୟ ପ୍ରଚାରରେ ସାମିଲ୍‌ ହୋଇ ଚାଣ୍ଟିପାଲି ଓ ଗନିଆପାଲି ଅଞ୍ଚଳର ଘରକୁ ଘର ବୁଲି ପ୍ରଚାର ଚଳାଇଥିଲେ। ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ, ବିଧାୟକ ପ୍ରଦୀପ ପୁରୋହିତ, ରବି ନାୟକ, ଜିଲ୍ଳା ସଭାପତି ଡା. ଅରୂପାନନ୍ଦ ସାହୁ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଉପାଧ୍ୟକ୍ଷ ମଦନ ଦୀପ, ଶକୁନ୍ତଳା ମହାପାତ୍ର, ନାଉରୀ ନାୟକ, ସୀମାଞ୍ଚଳ ଖଟେଇ ପ୍ରମୁଖ ସାମିଲ ଥିଲେ।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଜେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳକୁ ତୋଫାନୀ ଗ୍ରସ୍ତ ଓ ପ୍ରଚାର କରିଛନ୍ତି। ଶ୍ରୀ ଆଚାର୍ଯ୍ୟ ଗାଇସିଲେଟ ବ୍ଲକର ବିଭିନ୍ନ ଅଂଚଳରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ସିନେ ତାରକା ଆକାଶ ଦାସ ନାୟକଙ୍କ ସହ ମିଳିତ ରୋଡ ସୋ’ କରିଛନ୍ତି। ମନ୍ତ୍ରୀ ନିରଂଜନ ପୁଝାରୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଦେବୀପସାଦ ମିଶ୍ର, ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦ, ରଜନୀ ସିଂ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଦେବେଶ ଅଚାଯ୍ୟର୍ , କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପଯ୍ୟର୍ବେକ୍ଷକ ଜୟନ୍ତ ପାଣିଗ୍ରାହୀ, ସୁବାଷ ସିଂ, ଶ୍ରୀକାନ୍ତ ଦାଶ, ରୁବୁନ ଦାଶ, ଜାପାନ ମାହାପାତ୍ର, ଭରତ ଦାଶ, ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ଏଥିରେ ସାମିଲ ଥିଲେ।
ବରିଷ୍ଠ ନେତା ବୁଲିଲେ ଶିବମନ୍ଦିର
ବିଜେପୁର: ମହା ଶିବରାତ୍ରୀ ନେତାଙ୍କୁ ପ୍ରଚାର ପାଇଁ ଖୋରାକ ଯୋଗାଇଛି। ଶିବରାତ୍ରୀ ପାଇଁ ଶୈବପୀଠ ଭକ୍ତମୟ ହୋଇ ଉଠିଥିଲା। ଏହାର ସୁଯୋଗ ନେଇ ନେତା ମନ୍ତ୍ରୀଗଣ ଶୈବ ପୀଠ ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବିଜେଡିର ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଖରମୁଣ୍ଡା, କଟାପାଲି, ବୈରଖପାଲି, ଭାଲୁବାହାଲ, ଗଣ୍ଠିଆପାଲି, ସାଇପାଲି, ବଡ଼ବ୍ରାହ୍ମଣୀ ଗ୍ରାମ ବୁଲି ଭୋଟ୍‌ ନିବେଦନ କରିଥିଲେ। ସେହିପରି ବିଜେପିର ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଓ ମନମୋହନ ସାମଲ ପୁଖାମୁଣ୍ଡା ଷଣ୍ଢେଶ୍ୱର ବାବାଙ୍କ ମନ୍ଦିିର ପରିସରରେ ଉପସ୍ଥିତ ରହି ମତଦାତାଙ୍କୁ ଭାଜପା ପ୍ରତି ଆକର୍ଷିତ କରିବା ପାଇଁ ପ୍ରୟାସ କରୁଥିବା ପରିଲକ୍ଷିତ ହୋଇଥିଲା ।

ଗଡ଼ ରକ୍ଷା କରିବା ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ବସିଛି। ବ୍ଲକ ସଭାପତି ଜୟଲାଲ ମେହେରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ନିମାଇଁ ସରକାର, ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ, ଜିଲ୍ଲା ସଭାପତି ଅନନ୍ତ ଶୟନ ପାଢୀ, ଡ.ହମିଦ ହୁସେନ, ପ୍ରାର୍ଥୀ ପ୍ରଣୟ ସାହୁ ପ୍ରମୁଖ ଏଥିରେ ସାମିଲ ଥିଲେ। ବିଜେପୁର ଆସନ ପୁଣି ଦଖଲ ପାଇଁ ଏଥିରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ବିଜେଡି ଏବଂ ବିଜେପିର ଷ୍ଟାର ପ୍ରଚାରକଙ୍କୁ ମାତ୍‌ ଦେବା ପାଇଁ ନୂଆ କୌଶଳରେ ପ୍ରଚାର କରିବାକୁ କଂଗ୍ରେସ ଚିନ୍ତା କରିଛି। ବୈଠକ ଶେଷରେ ବିଜୟ ଦାଶ ଧନ୍ୟବାଦ ଦେଇଥିଲେ।
ଗାଇସିଲାଟରେ କର୍ମୀଙ୍କୁ ତାଲିମ
ବରଗଡ଼/ଗାଇସିଲାଟ୍‌: ବୁଧବାର ଗାଇସିଲେଟ ବ୍ଲକ ଗୁଦେରପାଲି, ଚିଖଲି, କୁଣ୍ଡାଖାଇ, ଗନିଆଁପାଲି ଓ ଚାଁଟିପାଲି ପଂଚାୟତରେ ବିଜେଡି କର୍ମୀଙ୍କୁ ତାଲିମ ଦେଇଛି। ବରିଷ୍ଠ ନେତା ପ୍ରସାନ୍ତ ନନ୍ଦ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜେନ୍ଦ୍ର ଦାଶ, ଜାପାନ ମାହାପାତ୍ର, କିଶୋର ଦେବତା, ଡ. ସୁଶୀଲ ଶର୍ମା, ଜୟନ୍ତ ପାଣିଗ୍ରାହୀ ପ୍ରମୁଖ କର୍ମୀଙ୍କୁ ତାଲିମ ଦେଇଥିଲେ।
ବନ୍ଧପାଲି ବିଜେଡିର ପ୍ରଚାର
ବରଗଡ଼/ବରପାଲି: ବୁଧବାର ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ସମୀର ସିଂ, ଯୁବନେତା ସୁବାଷ ବାରିକ ପ୍ରମୁଖ ପତ୍ରାପାଲି, ଝୁଲୋପାଲି ଓ ବନ୍ଧପାଲି ଗ୍ରାମରେ ସାଧାରଣ ସଭାରେ ଯୋଗ ଦେଇ ପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି।
ବିଜେପିରେ ଯୋଗଦାନ
ବରଗଡ଼: ବିଜେପୁର ନିର୍ବାଚନ ମଣ୍ଡଳୀ କୁମ୍ଭାରୀଠାରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଇଶ୍ୱର ବାଗ, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାଏକଙ୍କ ଉପସ୍ଥିତିରେ କୁମ୍ଭାରୀ ଗାଁର ସୁବାଷ ଚନ୍ଦ୍ର ଭୋଇ, ଢାଲେଶ୍ୱର ବିଭାର, ଭୁବନ ନାଗ, କିଶୋର କଟାର, ଡୋଳାମଣି ପାଇକ, ଦେବାନନ୍ଦ ବିଭାର ଏବଂ ବହୁ କର୍ମୀ ବିଜେପିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର