ସଂପୂର୍ଣ୍ଣ ବୀମା ରାଶି ପ୍ରଦାନ ଦାବି:ଭେଡେନ୍‌ ପେକ୍ସ ଓ ବ୍ୟାଙ୍କରେ ତାଲା ପକାଇଲେ ଚାଷୀ

ଭେଡ଼େନ: ସଂପୂର୍ଣ୍ଣ ବୀମା ରାଶି ପ୍ରଦାନ ଦାବି ନେଇ ଶୁକ୍ରବାର ଭେଡ଼େନ ସେବା ସମବାୟ ସମିତି ଅଧୀନସ୍ଥ ଭେଡ଼େନ, ରେଶମ, ଅରେଇଗୁଡ଼ି, ଅଇଁଲାପାଲି ଆଦି ପଞ୍ଚାୟତର ବୀମାଭୁକ୍ତ ଚାଷୀମାନେ ଭେଡ଼େନ ପେକ୍ସ ଓ ଏସ୍‌ଡିସିସି ବ୍ୟାଙ୍କ୍‌ ଶାଖାରେ ତାଲା ପକାଇ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ନ୍ୟାସ୍‌ନାଲ୍‌ ଇନ୍‌ସୁରାନ୍‌ସ କମ୍ପାନି ପକ୍ଷରୁ ଆସିଥିବା ବୀମା ଟଙ୍କା କ୍ଷୟକ୍ଷତି ତୁଳନାରେ ଢେର କମ୍‌। ଚାଷୀଙ୍କୁ କମ୍‌ ଟଙ୍କା ପ୍ରଦାନ ପାଇଁ ବୀମା କମ୍ପାନି ପକ୍ଷରୁ ବ୍ୟାଙ୍କ୍‌ଗୁଡ଼ିକୁ ବାଧ୍ୟ କରାଯାଉଥିବା ବେଳେ ଚାଷୀଙ୍କ ଅଜାଣତରେ ଏସିଏଫ୍‌କୁ ଆଳ କରି ବୀମା କମ୍ପାନି ବିପୁଳ ଟଙ୍କା ହଡ଼ପ କରିଛି। ତେଣୁ ପୂରା ବୀମା ରାଶି ପ୍ରଦାନ ନ କରିବା ପର୍ଯ୍ୟନ୍ତ ସେମାନେ ଟଙ୍କା ନେବେ ନାହିଁ ଓ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଏସିଏଫ୍‌ ସଂଶୋଧଡ଼ କରି ସରକାର ଚାଷୀମାନଙ୍କୁ ଉଚିତ୍‌ ପ୍ରାପ୍ୟ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଆଜିର ଆନ୍ଦୋଳନରେ ନରେନ୍ଦ୍ର ଭୋଇ, ବିଜୟ ପଧାନ, ମହେଶ ପଧାନ, ରାଜ ବେହେରା, ଉତ୍ପନ୍ନ ଭୋଇ, ସୁଶାନ୍ତ ଭୋଇ, ଉମାକାନ୍ତ ନାଏକ, ମନୋଜ ପ୍ରଧାନ ପ୍ରମୁଖଙ୍କ ସହ ବହୁ ଚାଷୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର