କଂଗ୍ରେସର ପ୍ରଚାର ଜୋରଦାର

ବରଗଡ଼ : ସଭା ଓ ରୋଡ ସୋ କରି ବିଜେଡି ଓ ବିଜେପି ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ କଂଗ୍ରେସ କିନ୍ତୁ ତା ପାରମ୍ପରିକ ପ୍ରଚାର ପ୍ରକ୍ରିୟାରୁ ଓହରି ନାହିଁ। ଦଳର ବରିଷ୍ଠ ନେତାମାନେ ବିଭିନ୍ନ ଗୋଷ୍ଠୀର ବିଭକ୍ତ ହୋଇ ଦ୍ୱାର ଦ୍ୱାର ବୁଲି ପ୍ରଚାର କରିଛନ୍ତି। ବିଭିନ୍ନ ପଡ଼ା ଓ ଗାଁରେ ଛୋଟ ଛୋଟ ବୈଠକ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ନେତାମାନେ ଭୋଟରଙ୍କ ମନ କିଣିବା ପାଇଁ ଉଦ୍ୟମ କରିବା ସହିତ ଉଭୟଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଉପସ୍ଥାପନ କରିଥିଲେ। କଂଗ୍ରେସ ନେତାମାନେ ବିଭିନ୍ନ ଗ୍ରାମକୁ ଯାଇ ଭୋଟ ଭିକ୍ଷା କରିଥିଲେ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁ, ବିଧାୟକ ଦଳର ଉପନେତା ଚିରଂଜୀବ ବିଶ୍ୱାଳ, ବିଧାୟକ ଭୁଜବଳ ମାଝୀ, ନକୁଳ ନାୟକ, ପୂର୍ବ ମନ୍ତ୍ରୀ ପ୍ରକାଶ ଦେବତା, ରିପୁନାଥ ସେଠ, ପୂର୍ବ ବାଚସ୍ପତି କିଶୋର ପଟେଲ, ପୂର୍ବ ସାଂସଦ ପ୍ରଦୀପ ମାଝୀ, ସଂଜୟ ଭୋଇ, ଓଡ଼ିଶା ସହପ୍ରଭାରୀ ଶୁଭଙ୍କର ସରକାର, ମହିଳା କଂଗ୍ରେସର ସସ୍ମିତା ବେହେରା, ପୂର୍ବ ବିଧାୟକ ସାଧୁ ନେପାକ, ସତ୍ୟଭୂଷଣ ସାହୁ, ଜିଲ୍ଲା କଂଗ୍ରେସ ସଭାପତି ଅନନ୍ତ ଶୟନ ପାଢୀ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର