ମହାବଳ ହତ୍ୟା ଘଟଣା : କ୍ରାଇମ୍‌ବ୍ରାଞ୍ଚ୍‌, କେନ୍ଦ୍ରୀୟ ଟିମ୍‌ର ତଦନ୍ତ

ମିସନ ‘ସୁନ୍ଦରୀ’ ଆଜି ବି ଡାର୍ଟ ଫେଲ୍

ବରଗଡ଼ : ବରଗଡ଼ ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦର ପଡ଼ା ମଧ୍ୟସ୍ଥ ଜଂଗଲରେ ମହାବଳ ହତ୍ୟା ମାମଲାରେ ୪ଜଣ ଶିକାରୀ ଗିରଫ ହୋଇ ଜେଲ୍ ଯାଇଛନ୍ତି। ମାମଲାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ସୋମବାର ସକାଳୁ ପ୍ରଥମେ କ୍ରାଇମବ୍ରାଞ୍ଚ (ୱାଇଲ୍ଡ ଲାଇଫ୍) ଡିଏସପି ବିଳାସିନୀ ନାୟକଙ୍କ ନେତୃତ୍ବରେ ଇନ୍ସପେକ୍ଟର ଅଳକାରାଣୀ ପଣ୍ଡା, ଏସ୍ଆଇ ଜଗନ୍ନାଥ ପ୍ରସାଦ ସାହୁ ଏବଂ ଏଏସ୍ଆଇ କଶ୍ମିରୀ କେରକେଟା ଖଜୁରିଆ ପଡ଼ା ସ୍ଥିତ ଜଂଗଲକୁ ପହଂଚି ଥିଲେ। ସେମାନେ ମହାବଳକୁ ପୋତା ଯାଇଥିବା ଏବଂ ପରେ ପଞ୍ଝା ଲୁଚା ଯାଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ମହାବଳକୁ ହତ୍ୟା କରାଯାଇଥିବା ସ୍ଥାନ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଥିଲା। ନିକଟବର୍ତୀ ଡେବ୍ରିଗଡ଼ ଅଭୟାରଣ୍ୟର ପରିସୀମା ମଧ୍ୟ ଟିମ୍ ତଦାରଖ କରିଥିଲା। ମାମଲାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ହେଁ ଏଥିରେ ଆଉ କିଛି ଅଭିଯୁକ୍ତଙ୍କ ସଂପୃକ୍ତି ରହିଛି ବୋଲି ଡିଏସପି କହିଛନ୍ତି।

ମିସନ ‘ସୁନ୍ଦରୀ’ ଆଜି ବି ଡାର୍ଟ ଫେଲ୍

ବନ୍ତଳା : ଆଜି ବି ସାତ‌େକାଶିଆରେ ଚକ୍‌ମା ଦେଇଛି ବାଘୁଣୀ। ଦୁଇ ଦୁଇ ଥର ଟ୍ରାଙ୍କୁଲାଇଜ୍ ଡାର୍ଟ କ୍ଷେପଣ ସତ୍ବେ ‘ସୁନ୍ଦରୀ’ ଅଳ୍ପକେ ଖସି ପଳାଇଛି। ଦିନ ସାରା ଟିକରପଡ଼ା ଇଲାକାରେ ବାଘୁଣୀ ଚଳପ୍ରଚଳ କରୁଥିଲା। ଗତକାଲି ଭଳି ଆଜି ମଧ୍ୟ କୁମ୍‌କି ହାତୀ ‘ଯଶୋଦା’ ପିଠିରେ ବସି ବିଶେଷଜ୍ଞମାନେ ବାଘୁଣୀକୁ ସାମ୍ନା କରିଥିଲେ। ଚାରି ଥର ସୁନ୍ଦରୀ ଓ ଯଶୋଦା ମୁହାଁମୁହିଁ ହୋଇଥିଲେ। ସୁଯୋଗ ଉଣ୍ଡି ‘ସୁନ୍ଦରୀ’ ଆଡ଼କୁ ଦୁଇ ଥର ଟ୍ରାଙ୍କୁଲାଇଜ୍ ଡାର୍ଟ କ୍ଷେପଣ କରାଯାଇଥିଲା। କିନ୍ତୁ ସୁନ୍ଦରୀ ଦେହ‌େର ବାଜିଲା ନାହିଁ। ବାଘୁଣୀ ଘଟଣାସ୍ଥଳରୁ ଖସି ପଳାଇଛି।

ସମ୍ବନ୍ଧିତ ଖବର