ଦଧିବାମନଙ୍କ ସେବାରେ ସ୍ବଚ୍ଛତା କାର୍ଯ୍ୟକ୍ରମ

ଭଟଲି: ଭଟଲି ଦଧିବାମନ ମହାପ୍ରଭୁଙ୍କ ବାହାୁଡ଼ା ଯାତ୍ରା ଅବସରରେ ଭଟଲି ଅନ୍ତର୍ଗତ କନକବିରା ଗ୍ରାମର ବାରପାହାଡ଼ ସାଂସ୍କୃତିକ କଳା ପରିଷଦ ଓ ଲସ୍ତଲା ଗ୍ରାମର ସୁରଜମୁଖୀ ସାଂସ୍କୃତିକ ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନେ ଭଟଲି ବଡ଼ଦାଣ୍ଡ, ମାଉସୀ ମା’ ମନ୍ଦିର, ରଥଦାଣ୍ଡ, ରାସ୍ତା ଘାଟ ସଫେଇ କରିଥିଲେ। ରଥ ପଡିଆରୁ ରଥ ଗଲା ପରେ ପଡିଆରେ ପଡିଥିବା ପ୍ଲାଷ୍ଟିକ, କାଗଜପତ୍ର ଓ ଅଳିଆ ଆବର୍ଜନା ସଫା କରିଥିଲେ। ସ୍ବେଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣ ଓ ଭକ୍ତମାନେ ପ୍ରଶଂସା କରିଛନ୍ତି। ଏହାସହିତ ଭଟଲି ବ୍ଲକ ବିଦ୍ୟାଳୟ ସ୍କାଉଟ ଗାଇଡ଼ ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର